ଆଉ କିଛି ସମୟର ଅପେକ୍ଷା, ଆଜି ମହାକାଶରୁ ଶୁଭାଂଶୁଙ୍କ ପୃଥିବୀ ବାହୁଡ଼ା

ISS ଛାଡ଼ିବା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ ଶୁକ୍ଳା। 

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ତାପରେ ପୃଥିବୀ ପୃଷ୍ଠକୁ ଫେରିବେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା।

ଆଜି ମହାକାଶରୁ ଶୁଭାଂଶୁଙ୍କ ପୃଥିବୀ ବାହୁଡ଼ା। ଅପରାହ୍ନ ସାଢ଼େ ୪ଟାରେ ISS ଛାଡ଼ିବେ ମହାକାଶଚାରୀ। ଶୁଭାଂଶୁଙ୍କ ସମେତ ସହଯାତ୍ରୀ ପୃଥିବୀ ଫେରିବେ। ଅପରାହ୍ନ ୪ଟା ୩୪ରେ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ହେବ।

ପ୍ରାୟ ୨୨ ଘଣ୍ଟା ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିବେ।  ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ୧୮ ଦିନ ରହିଛି ରହଣି। ତେବେ ISS ଛାଡ଼ିବା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ ଶୁକ୍ଳା।

ସେ କହିଛନ୍ତି “ସାରେ ଜହାଁ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା। ଆଜିର ଭାରତର ମହାକାଶରୁ ମହତ୍ୱାକାଂକ୍ଷୀ ଦିଶୁଛି”। ତେବେ ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଆସିବେ ଶୁଭାଂଶୁ। ମଙ୍ଗଲବାର ଅପରାହ୍ନ ୩ଟାରେ ପୃଥିବୀ ପୃଷ୍ଠରେ ପହଞ୍ଚିବେ। ଆକ୍ସିଅମ୍-୪ ମିଶନ ଜରିଆରେ ମହାକାଶକୁ ଯାଇଥିଲେ।

କୋଟିଏ କିଲୋମିଟରରୁ ଅଧିକ ଯାତ୍ରା କଲେ ଶୁଭାଂଶୁ। ୧ କୋଟି ୨୩ ଲକ୍ଷ କିଲୋମିଟର ଯାତ୍ରା କରିଛନ୍ତି ଶୁଭାଂଶୁ। ୬୦ଟି ବୈଜ୍ଞାନିକ ପରୀକ୍ଷାନିରୀକ୍ଷା କରିଛନ୍ତି। ୩ ଶହଟି ସୂର୍ଯ୍ୟୋଦୟ ଦେଖିଛନ୍ତି ଶୁଭାଂଶୁ।

ସେ ଫେରିବା ବେଳକୁ ସାଥିରେ ୨୬୩ କେଜି ଓଜନର ସାମଗ୍ରୀ ଧରି ଫେରିବେ। ପୃଥିବୀରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ୭ଦିନ ରିହାବିଲିଟେସନ୍ ପିରିୟଡରେ ରଖାଯିବ।