ଦେଢ଼ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ଚତୁଦ୍ଧାମୂର୍ତିଙ୍କ ହେବ ବଡ଼ ମହାସ୍ନାନ
ଭିତର କାଠ ପାଖରେ କେହି ବାନ୍ତି କରିଦେବାରୁ ହେବ ବଡ଼ ମହାସ୍ନାନ।
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ। ଭିତର କାଠ ପାଖରେ କେହି ବାନ୍ତି କରିଦେବାରୁ ହେବ ବଡ଼ ମହାସ୍ନାନ।
ଅବକାଶ ନୀତି ପରେ ଭିତର କାଠରେ ଦର୍ଶନ ବେଳେ ଶ୍ରୀମନ୍ଦିରରେ ଘଟିଛି ଏହି ଅଘଟଣ। ବଡ଼ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ହେବ ପ୍ରଭାବିିତ।
ଦେଢ଼ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ବଡ଼ ସ୍ନାନ ପରେ ଦର୍ଶନ ପୁଣି ଭକ୍ତ କରିପାରିବେ।
ଏବେ କିନ୍ତୁ ଦେଢ଼ ଘଣ୍ଟା ଯାଏଁ କାହାରିକୁ ପ୍ରବେଶ କରାଯିବନି। ବଡ଼ ମହାସ୍ନାନ ନୀତି ପାଇଁ ବନ୍ଦ ରହିବ ଦର୍ଶନ।