ନୂଆଦିଲ୍ଲୀ: ସୈୟାରା ଫିଲ୍ମ ବର୍ତ୍ତମାନ ସିନେମା ହଲରେ ଧମାଲ କରୁଛି। ମୋହିତ ସୁରୀଙ୍କ ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଛି। ରିଲିଜର ୯ଦିନ ପରେ ମଧ୍ଯ ଫିଲ୍ମ ବକ୍ସ ଅଫିସରେ ଥମିବାର ନାଁ ନେଉନି।
ଆହାନ ପାଣ୍ଡେଙ୍କ ଫିଲ୍ମ ପ୍ରତିଦିନ କୋଟି କୋଟି ଟଙ୍କା ରୋଜଗାର କରୁଛି। ଏଥିସହ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗୁଛି।
ବର୍ତ୍ତମାନ ଏହା ୧୮ ଫିଲ୍ମର ରେକର୍ଡ ଭାଙ୍ଗିଛି। ସୈୟାରା ଭାରତ ସହ worldwide ବକ୍ସ ଅଫିସରେ ୩୦୦ କୋଟି କ୍ଲବରେ ସାମିଲ ହୋଇଛି।
ରିପୋର୍ଟ ମୁତାବକ ୯ଦିନରେ ଏହି ଫିଲ୍ମ ୩୨୬.୭୦ କୋଟି ଟଙ୍କା ରୋଜଗାର କରିଛି। ଏଥିସହ “housefull 5″କୁ ପଛରେ ପକାଇଛି ସୈୟାରା।