‘ପୁରୁଣା ବୋତଲରେ ନୂଆ ମଦ’, ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ନିର୍ବାଚନ କମିଶନଙ୍କ କଡ଼ା ଜବାବ
ନିର୍ବାଚନ ଆୟୋଗ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି, ଜାଣନ୍ତୁ କଣ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କିଛିଦିନ ତଳେ ପ୍ରେସମିଟ କରି ନିର୍ବାଚ ଆୟୋଗଙ୍କ ଉପରେ ଭୋଟ ଚୋରିର ଅଭିଯୋଗ ଲଗାଇଥିଲେ। ବର୍ତ୍ତମାନ ଏହା ଉପରେ ନିର୍ବାଚନ କମିଶନଙ୍କ ଜବାବ ସାମ୍ନାକୁ ଆସିଛି।
କମିଶନ କହିଛନ୍ତି ଯେ, ରାହୁଲ ଗାନ୍ଧୀ ନିଜର ପ୍ରେସମିଟରେ ପୁରୁଣା କତାକୁ ଦୋହରାଇଛନ୍ତି। ଅର୍ଥାତ ‘ପୁରୁଣା ବୋତଲରେ ନୂଆ ମଦ’। ୨୦୧୮ରେ ମଧ୍ୟ ପ୍ରଦେଶ କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷ କମଳନାଥ ଏହି ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଲୋକସଭାରେ ବିରୋଧୀ ଦଳର ନେତା ସେହି କଥା ଦୋହରାଉଛନ୍ତି।
ନିର୍ବାଚନ ଆୟୋଗ କହିଛନ୍ତି ଯେ, ୨୦୧୮ରେ ସେ ଏକ ପ୍ରାଇଭେଟ ୱେବସାଇଟରେ ଡକ୍ୟୁମେଣ୍ଟ ଜାରି କରି ସୁପ୍ରିମକୋର୍ଟଙ୍କୁ ବିପଥଗାମୀ କରିବାକୁ ଚେଷ୍ଟା କରିଥିଲେ। ଅର୍ଥାତ ଦର୍ଶାଯାଉ ଯେ, ମତଦାତା ସୂଚୀରେ ଭୁଲ ରହିଛି, କାରଣ ୩୬ ମତଦାତାମାନଙ୍କ ଚେହେରା ରିପିଟ ଥିଲା। ୪ ମାସ ପୂର୍ବରୁ ଏହାକୁ ଠିକ୍ କରାଯାଇଛି। ଏହାର କପି ପାର୍ଟିକୁ ଦିଆଯାଇଥିଲା।
ନିର୍ବାଚନ ଆୟୋଗ କହିଛନ୍ତି ଯେ, ଗୋଟିଏ ପ୍ରସଙ୍ଗକୁ ବାରମ୍ବାର ଉଠାଇବା ଏହା ଦର୍ଶାଉଛି ଯେ, ରାହୁଲ ଗାନ୍ଧୀଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କର କୌଣସି ସମ୍ମାନ ନାହିଁ। ଆଇନ, ନାମାଙ୍କନ ପତ୍ର ଉପରେ ଆପତ୍ତି ଜାରି କରିବା ଏବଂ ଅପିଲ କରିବା, ଦୁଇଟି ପାଇଁ ଏକ ବିଶିଷ୍ଟ ପ୍ରକ୍ରିୟା ପ୍ରଦାନ କରିଥାଏ। ଆଇନ ପ୍ରକ୍ରିୟାଗୁଡ଼ିକର ଲାଭ ଉଠାଇବା ସ୍ଥାନରେ ସେ ମିଡିଆରେ ନିରାଧାର ଦାବି କରି ଏହି ମାମଲାକୁ ଚାଞ୍ଚଲ୍ୟକର କରିବାକୁ ଚେଷ୍ଟା କରୁଛନ୍ତି।