ଗୁରୁ ଦୋଷ ଦୂର କରିବ ତୁଳସୀର ଏହି ଉପାୟ! ଜାଣନ୍ତୁ କେମିତି

ତୁଳସୀ ପତ୍ର ଆପଣଙ୍କ ଗ୍ରହରେ ଥିବା ଗୁରୁ ଦୋଷକୁ ଦୂର କରିବ, ଜାଣନ୍ତୁ କେମିତି

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ତୁଳସୀର ଗଛକୁ ବହୁତ ପବିତ୍ର ବୋଲି କୁହାଯାଇଥାଏ। ଯେଉଁ ଘରେ ତୁଳସୀର ଗଛ ଥାଏ ସେଠାରେ ସର୍ବଦା ସୁଖ ଶାନ୍ତି ରହିଥାଏ। ତୁଳସୀର ଗଛ ବିଷ୍ଣୁଙ୍କର ପ୍ରିୟ। ଏହାକୁ ଲକ୍ଷ୍ଣଣଙ୍କ ପ୍ରତୀକ ବୋଲି କୁହାଯାଇଥାଏ। ସବୁ ହିନ୍ଦୁ ଧର୍ମର ଅଗଣାରେ ତୁଳସୀର ଗଛ ରହିଥାଏ।

ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନର ତୁଳସୀ ସହ ଜଡ଼ିତ କିଛି ଉପାୟ, ଯେଉଁଥିରେ ଆପଣଙ୍କ ଜୀବନରେ ସୁଖ ଏବଂ ସମ୍ପତ୍ତି ରହିଥାଏ। ହିନ୍ଦୁ ମାନ୍ୟତା ଅନୁଯାୟୀ, ଗୁରୁବାର ଦିନ ତୁଳସୀ ଗଛ ଲଗାଇବା ଖୁବ ଶୁଭ ବୋଲି ଧରାଯାଇଥାଏ।

ଯଦି ତୁଳସୀର ମଞି ପୋତୁଛନ୍ତି, ଏକ ନୂଆ ଗଛ ପାଇଁ ତେବେ ଆପଣ ଗୁରୁବାର ତୁଳସୀ ଗଛ ଲଗାନ୍ତୁ। ଏହା କରିବା ଦ୍ୱାରା ଶ୍ରୀ ହରିଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥାଏ।

ତୁଳସୀ ଗଛକୁ ସର୍ବଦା ଉତ୍ତର ବା ଉତ୍ତର ପୂର୍ବ ଦିଗରେ ଲଗାଇବା ଆବଶ୍ୟକ। ଏହାକୁ ଆଗ୍ନେୟ କୋଣରେ ଲଗାଇବାଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ସହ ଜଡ଼ିତ କୌଣସି ଦୋଷ ଅଛି, ତେବେ ଆପଣ ଏହି ଦିନ ତୁଳସୀର ଗଛ ଅବଶ୍ୟ ଲଗାନ୍ତୁ।

ଗୁରୁବାର ଦିନ ତୁଳସୀ ଗଛରେ ସଂଧ୍ୟାବେଳେ ଘିଅ ଦୀପ ଜଳାନ୍ତୁ ଏବଂ ଏହି ଦୀପର ଘିଅରେ ହଳଦୀ ମିଶାନ୍ତୁ। ଗୁରୁବାର ଦିନ ଏହି ଉପାୟ ଅବଲମ୍ବନ କରି ଆପଣ ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିପାରିବେ। ଏଥିସହ ଗୁରୁ ଗ୍ରହକୁ ମଜବୁତ କରିପାରିବେ। ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଏବଂ ସୌଭାଗ୍ୟ ମିଳିଥାଏ।