ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ଯୁବକ, ନିଜ ଦେହରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ଯୁବକ।

ନିଆଳି: ପୁଣି ଜଳିଲେ ଆଉ ଜଣେ ଯୁବକ। ରାସ୍ତା ଉପରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଯୁବକ। ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ବ୍ୟକ୍ତି।

ଦେହରେ  ନିଆଁ ଲଗାଇ ରାସ୍ତା ଉପରେ ଦିନ ଦ୍ୱିପ୍ରହରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ। ଘଟଣା ଘଟିଛି ବାଲିପାଟଣା ଛକରେ। ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଯାଇଥିବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଦେହ ୮୦ରୁ ଉର୍ଦ୍ଧ୍ୱ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଛି।  ହେଲେ ଆତ୍ମଦାହ କରିବାର କାରଣ ଜଣାପଡିନାହିଁ।

ସୂଚନାନୁସାରେ, ଏବେ ରାଜ୍ୟରେ ଜଳିଯିବା ଘଟଣା ତୀବ୍ର ବେଗରେ ବଢି ଚାଲିଛି।  କେତେବେଳେ ଛାତ୍ରୀ ତ ଆଉ କେତେବେଳେ ମହିଳା। ଆଉ ଏବେ ସେହି ପୋଡ଼ି ହେବା ଧାରାରେ ସାମିଲ ହୋଇଛନ୍ତି ଯୁବକ।

କାରଣ ନିକଟରେ ଭୁବନେଶ୍ୱରରେ ଜଣେ ଯାଜପୁର ଯୁବକ କଲେଜ ପରିସରରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା।  ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଥିଲା।