ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଝଟକା, ଗିଲ ସହ ଏ 2 ଷ୍ଟାର ଖେଳାଳି ଏସିଆ କପରୁ ଆଉଟ!
ଗିଲଙ୍କ ସହ ଏହି ଦୁଇ ଷ୍ଟାର ଖେଳାଳି ଏସିଆ କପରୁ ବାଦ୍ ପଡ଼ିଲେ କି? ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଏସିଆ କପ ପାଇଁ ଭାରତୀୟ ସ୍କ୍ୱାଡର ଘୋଷଣା ମୁମ୍ବାଇରେ ମଙ୍ଗଳବାର, ୧୯ ଅଗଷ୍ଟରେ କରାଯିବ। ହେଲେ ଏହା ପୂର୍ବରୁ ଭାରତୀୟ ସ୍କ୍ୱାଡରଫଟୋ ସ୍ପଷ୍ଟ ନଜର ଆସୁଛି।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ମୁତାବକ, ସୂର୍ଯ୍ୟକୁମାର ଯାଦବ ଏସିଆ କପ ପାଇଁ ଟିମ ଇଣ୍ଡିଆର କ୍ୟାପ୍ଟେନ୍ ହେବେ। ସେହିପରି ଶେୟସ ଅୟରଙ୍କୁ ଟି୨୦ ଟିମରୁ ବାହାରେ ରଖାଯାଇପାରେ।
ଏହି ଷ୍ଟାର ଖେଳାଳି ବାହାରିଯିବେ କି? ଏସିଆ କପ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ପକ୍କା ନଜର ଆସୁଥିବା ବେଳେ ଶୁଭମନ ଗିଲ, ଶ୍ରେୟସ ଅୟର ଏବଂ ଯଶସ୍ୱୀ ଜୟସ୍ୱାଲଙ୍କୁ ଏସିଆ କପ ପାଇଁ ଟି୨୦ ଟିମରୁ ବାହାର କରାଯାଇପାରେ।
ଟିମର ଟପ ଅର୍ଡର କଥା କହିବାକୁ ଗଲେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଲକ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଧାର୍ଯ୍ୟ ରହିଛି, ଏଥିରେ ଜୟସ୍ୱାଲ ଏବଂ ଗିଲଙ୍କ ପାଇଁ ସ୍ଥାନ ପାଇବା ମୁସକିଲ ନଜର ଆସୁଛି।
ଯଶସ୍ୱୀ ଜୟସ୍ୱାଲ ଏବଂ ଶ୍ରେୟସ ଅୟରଙ୍କ ଏସିଆ କପରୁ ବାହାରିବାର ଏକ ବଡ଼ କାରଣ ଏହା ମଧ୍ୟ ହୋଇପାରେ ଯେ, ଏହି ଦୁଇ ଖେଳାଳି ଦିଲିପ ଟ୍ରଫିର ଅଂଶ ଅଟନ୍ତି, ଏଥିରେ ସିଲେକ୍ଟର୍ସଙ୍କ ପାଇଁ ଚିନ୍ତାର ବିଷୟ ଏହା ମଧ୍ୟ ହୋଇପାରେ ଯେ, ପ୍ଲେୟର୍ସଙ୍କ ଫର୍ମାଟ ସ୍ୱିଚ୍ କରିବାରେ ତାଙ୍କ ପରଫର୍ମାନ୍ସ ଉପରେ ପ୍ରଭାବ ପଡ଼ିପାରେ।