ପୁଣି ଅସୁସ୍ଥ ହେଲେ ନବୀନ ପଟ୍ଟନାୟକ, ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଭୁବନେଶ୍ୱର: ପୁଣି ଅସୁସ୍ଥ ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ। ନବୀନ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଯଦି ଦେଖିବା ନିକଟରେ ଜୁନ୍ ମାସ ୨୦ ତାରିଖରେ ମୁମ୍ୱାଇ ଯାଇଥିଲେ ଅସ୍ତ୍ରୋପଚାର ପାଇଁ।  ମୁମ୍ବାଇ ସ୍ଥିତ କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ନବୀନଙ୍କର ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ଅସ୍ତ୍ରୋପଚାର ସରିବା ପରେ ସେ ସୁସ୍ଥ ହୋଇ ଭିବନେଶ୍ୱର ଫେରିଥିଲେ।

ହେଲେ ଏବେ ସେ ପୁଣିଥିରେ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି।  ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ହେଲେ ସେ କେଉଁ କାରଣ ପାଇଁ ଅସୁସ୍ଥ ହୋଇପଡିଛନ୍ତି ତାହା ଜଣାପଡିନାହିଁ।