ଷ୍ଟାରଙ୍କ ଘରେ ପଶିଲା ନାଳ ପାଣି, କାହା ଘରେ ତ ଆଉ କାହା ଅଫିସ, ମୁମ୍ବାଇ ବର୍ଷା ବଢ଼ାଇଲା ଷ୍ଟାରଙ୍କ ଦୁର୍ଦ୍ଦଶା
ମୁମ୍ବାଇରେ ପୁଣି ବର୍ଷା ତାଣ୍ଡବ ରଚିଛି।
ଓଡ଼ିଶାଭାସ୍କର: ଥମିବାର ନାଁ ଧରୁନି ମୁମ୍ବାଇ ବର୍ଷା। ଆହୁରି ବର୍ଷିବ ବୋଲି ଆଇଏମ୍ଡି ପକ୍ଷରୁ ରେଡ୍ ଆଲର୍ଟ ଜାରି କରିଛି। ଚଳିତ ବର୍ଷ ମୁମ୍ବାଇରେ ପୁଣି ବର୍ଷା ତାଣ୍ଡବ ରଚିଛି। ଯାହା ପାଇଁ କଲବଲ ହେଉଛନ୍ତି ଲୋକେ।
ତୁହାକୁ ତୁହା ବର୍ଷା ପାଇଁ ଲୋକଙ୍କୁ ସ୍ଥାନାନ୍ତର କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ବର୍ଷା ପରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।
ଏହି କାରଣରୁ ରେଳ ଏବଂ ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ସକାଳ ଠାରୁ ମୁମ୍ବାଇ ସହରରେ ବର୍ଷା କାଚୁଛି। ପ୍ରବଳ ବର୍ଷାର ନାନା ଅସୁବିଧାରେ ପଡ଼ିଛନ୍ତି ଲୋକେ।
ମୁଷଳଧାରାରେ ବର୍ଷା ଏବେ ଲୋକଙ୍କ ସହିତ ବଲିଉଡ ଷ୍ଟାରମାନଙ୍କ ପାଇଁ ମଧ୍ୟ ସମସ୍ୟା ପାଲଟିଛି। ଅମିତାଭ ବଚ୍ଚନଙ୍କ ଅଫିସ୍ ‘ଜନକ’ ଏବଂ ହ୍ରିତିକ୍ ରୋଶନଙ୍କ ବଙ୍ଗଳାରେ ବର୍ଷା ପାଣି ପଶିଯାଇଛି। ଯେଉଁଠାରେ ହ୍ରିତିକ୍ଙ୍କ ପରିବାର ରହୁଛନ୍ତି।
ମୁଷଳଧାରାରେ ବର୍ଷା ବଢ଼ାଇଲା ଷ୍ଟାରଙ୍କ ସମସ୍ୟା
ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜନକ’ରେ ପାଣି ପଶି ଯାଇଛି। ବଚ୍ଚନ ପରିବାର ‘ଜନକ’ ବଙ୍ଗଳାକୁ ନିଜ ଅଫିସ୍ ଭାବରେ ବ୍ୟବହାର କରନ୍ତି।
କିନ୍ତୁ, ବର୍ତ୍ତମାନ ସେହି ଅଞ୍ଚଳ ବର୍ଷା ପାଣିରେ ବୁଡ଼ି ଯାଇଛି। ଜନକ ବଙ୍ଗଳା ମୁମ୍ବାଇର ଜୁହୁ ଅଞ୍ଚଳରେ ଅଛି।
ଏଥିସହ ୟଶ ଚୋପ୍ରାଙ୍କ ପରିବାର ଯେଉଁ ବଙ୍ଗଳାରେ ରୁହନ୍ତି ତାହା ମଧ୍ୟ ବର୍ଷା ପାଇଁ ପ୍ରଭାବିତ ହୋଇଛି।
ହ୍ରିତିକ୍ ରୋଶନଙ୍କ ଘରେ ପାଣି
ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ବଙ୍ଗଳା ଶିବ ଶକ୍ତି ବାହାର ରାସ୍ତା ପାଣିରେ ପୂର୍ଣ୍ଣ। ଯାହା ପାଇଁ କେହି ସେଠାକୁ ଯିବା ଆସିବା କରିପାରିବେ ନାହିଁ।
ସେହିପରି ହ୍ରିତିକ୍ ରୋଶନଙ୍କ ପରିବାର ଯେଉଁ ବଙ୍ଗଳାରେ ରୁହନ୍ତି। ସେଠାରେ ମଧ୍ୟ ବର୍ଷା ପାଣି ଭର୍ତ୍ତି ହୋଇଛି। ବର୍ତ୍ତମାନ ସମସ୍ୟା ହେଉଛି ଯେ ମୁମ୍ବାଇର ସବୁଠାରୁ ଲୋକପ୍ରିୟ ଜୁହୁ ଅଞ୍ଚଳର ଅନେକ ରାସ୍ତା ବୁଡ଼ି ଯାଇଛି।
ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ସମସ୍ୟା
ସୋମବାର (୧୮ ଅଗଷ୍ଟ, ୨୦୨୫) ମୁମ୍ବାଇରେ ପ୍ରବଳ ବର୍ଷା ଏବଂ ଭୟଙ୍କର ଜଳବନ୍ଦୀ ଦେଖାଦେଇଥିଲା।
ଯାହା ଯୋଗୁଁ କର୍ତ୍ତୃପକ୍ଷ ସହର ଏବଂ ଏହାର ଉପନଗରକୁ ଦୁଇ ଦିନ ପାଇଁ ରେଡ୍ ଆଲର୍ଟରେ ରଖିଥିଲେ।
ମହାରାଷ୍ଟ୍ରର ପାଲଘର, ସିନ୍ଧୁଦୁର୍ଗ, ଔରଙ୍ଗାବାଦ, ହିଙ୍ଗୋଲି, ଜଳଗାଓଁ, ଜାଲନା, ନାନ୍ଦେଦ ଏବଂ ପରଭାନୀ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି।
ଯେତେବେଳେ ଅନ୍ୟ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।