ବଳାତ୍କାରୀକୁ ଏମିତି ଦଣ୍ଡ ମିଳିବା ଉଚିତ୍… ୭ ବର୍ଷର ଝିଅର ଇଜ୍ଜତ ନେଲା ବୋଲି ହରଣ ହେବ ପୁରୁଷତ୍ୱ

ନପୁଂଷକ ହେବ ରେପ୍ କରିଥିବା ଦୋଷୀ । ଭବିଷ୍ୟତରେ ଅପରାଧକୁ କମାଇବା ପାଇଁ ଏ ପ୍ରକାର ଦଣ୍ଡ ଜରୁରୀ ।

ୱାଶିଂଟନ: ଆମେରିକାର ଲୁଇସିଆନାରେ ଶିଶୁ ବଳାତ୍କାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ଥାନୀୟ କୋର୍ଟ। ଦୋଷୀ ସାବ୍ୟସ୍ତ ହୋଇଥିବା ୩୭ ବର୍ଷୀୟ ଥମାସ ଆଲେନ୍ ମ୍ୟାକାର୍ଟନିଙ୍କୁ ୪୦ ବର୍ଷ ଜେଲଦଣ୍ଡ ସହିତ ସର୍ଜିକାଲ ଏବଂ ରାସାୟନିକ କାଷ୍ଟ୍ରେସନ୍ ଦଣ୍ଡ ଦିଆଯାଇଛି।

ଏହା ଆମେରିକାର କିଛି ମାମଲା ମଧ୍ୟରୁ ଗୋଟିଏ ଯେଉଁଠାରେ ଉଭୟ ପ୍ରକାରର କାଷ୍ଟ୍ରେସନ୍ ଆଇନଗତ ଦଣ୍ଡର ଅଂଶ ଭାବରେ ଗ୍ରହଣ କରାଯାଉଛି ।

ମ୍ୟାକାର୍ଟନି କରିଥିବା ଜଘନ୍ୟ ଅପରାଧ ପାଇଁ ମଙ୍ଗଳବାର ଏହି ଦଣ୍ଡ ଶୁଣାଣି କରିଛନ୍ତି। ଭର୍ନନ୍ ପ୍ୟାରିସ୍ ଜିଲ୍ଲା ଓକିଲ ଟେରି ଲାମ୍ବରାଇଟଡଙ୍କ ଅନୁଯାୟୀ, “ଏହା ଏକ ଭୟଙ୍କର ଅପରାଧ… ଥମାସ ମ୍ୟାକାର୍ଟନି ଜଣେ ଜଘନ୍ୟ ଅପରାଧୀ ଯାହାକୁ ବନ୍ଦୀ କରାଯିବା ଆବଶ୍ୟକ।”

ରାସାୟନିକ ଉପାୟରେ ତାଙ୍କର ଯୌନ ଇଚ୍ଛାକୁ ହ୍ରାସ କରି ତାଙ୍କର ଅଣ୍ଡକୋଷକୁ ଅସ୍ତ୍ରୋପଚାର ଦ୍ୱାରା ତାଙ୍କ ଶରୀରରୁ ବାହାର କରିଦିଆଯିବ, ଆଗାମୀ ଭବିଷ୍ୟତରେ ଏ ପ୍ରକାର ଅପରାଧକୁ ରୋକିବା ହିଁ ଏହି ଦଣ୍ଡର ମୁଖ୍ୟ ଉଦ୍ଦେଶ୍ୟ।

ଏହି ବିରଳ ଏବଂ କଠୋର ଦଣ୍ଡ ଅପରାଧର ଗଭୀରତା ଏବଂ ଅପରାଧୀର ହିଂସାତ୍ମକ ଆଚରଣକୁ ଦୃଷ୍ଟିରେ ରଖି ଦିଆଯାଇଛି । କର୍ତ୍ତୃପକ୍ଷ ମ୍ୟାକାର୍ଟନିଙ୍କ ବ୍ୟାପକ ଅପରାଧିକ ରେକର୍ଡକୁ ନିଶ୍ଚିତ କରିଛନ୍ତି, ଯେଉଁଥିରେ ଦୀର୍ଘ ଦିନ ଧରି ମ୍ୟାକାର୍ଟନି ଛୋଟପିଲାଙ୍କର ଯୌନ ଶୋଷଣ କରିଆସୁଥିଲେ ।