‘ମୁଁ ଅନୁତାପ କରୁନାହିଁ..’, ନିକିଙ୍କୁ ଜିଅଁନ୍ତା ଜାଳି ଦେଇଥିବା ଅଭିଯୁକ୍ତ ସ୍ୱାମୀର ପ୍ରଥମ ବୟାନ, ଏନକାଉଣ୍ଟର ପରେ ଖୋଲିଲା ମୁହଁ
Nikki Murder Case: ଅଭିଯୁକ୍ତ ସ୍ୱାମୀ ଖୋଲିଲା ମୁହଁ
ନୂଆଦିଲ୍ଲୀ: ନିକି ନାମକ ଜଣେ ମହିଳାଙ୍କ ମୃତ୍ୟୁ ପରେ ଗ୍ରେଟର ନୋଏଡାରେ ହଇଚଇ ଦେଖିବାକୁ ମିଳିଛି। ଅଭିଯୋଗ ହୋଇଛି ଯେ, ନିକିଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ତାଙ୍କୁ ହଇରାଣ କରୁଥିଲେ।
ସେମାନେ ତାଙ୍କୁ ମାରୁଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ଏତେ ମାଡ଼ ମାରିଥିଲେ ଯେ, ସେ ବେହୋସ ହୋଇଯାଇଥିଲେ, ତା’ପରେ ସେ ତାଙ୍କୁ ନିଆଁ ଲଗାଇ ଦେଇଥିଲେ। ଏବେ ନିକିଙ୍କ ସ୍ୱାମୀ ବିପିନ ଭାଟିଙ୍କ ପ୍ରଥମ ବୟାନ ସାମ୍ନାକୁ ଆସିଛି।
ବିପିନ ଭାଟିକୁ ପୋଲିସ ହେପାଜତକୁ ନେଇଥିଲା ଏବଂ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଉଥିଲା କିନ୍ତୁ ଏହି ସମୟରେ ବିପିନ ଦୌଡ଼ିବାକୁ ଚେଷ୍ଟା କରିଥିଲେ। ପୋଲିସ ଗୁଳିରେ ସେ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା।
ମୁହଁ ଖୋଲିଲା ଅଭିଯୁକ୍ତ: ହସ୍ପିଟାଲରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ବିପିନ ଭାଟି କହିଥିଲେ ଯେ, ମୋର କୌଣସି ଅନୁତାପ ନାହିଁ। ମୁଁ ତାଙ୍କୁ ହତ୍ୟା କରିନାହିଁ। ସେ ନିଜେ ମରିଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୁଏ, ଏହା ଏକ ସାଧାରଣ କଥା।
#WATCH | Greater Noida: Accused of murdering his wife Nikki over dowry demands, Vipin Bhati says, “… I have no remorse. I haven’t killed her. She died on her own. Husband and wife often have fights, it is very common…” pic.twitter.com/YrPFaYARuY
— ANI (@ANI) August 24, 2025
ଅଭିଯୁକ୍ତ ବାପାଙ୍କ ବୟାନ: ମୃତ ନିକିଙ୍କ ବାପା କହିଛନ୍ତି ଯେ, ମୋ ବଡ଼ ଝିଅ ମୋତେ ଫୋନ୍ କରି କହିଲା, ଆମେ ହସ୍ପିଟାଲରେ ପହଞ୍ଚିଲୁ। ଏହି ଲୋକମାନେ ତାକୁ ନିଆଁ ଲଗାଇ ପଳାଇ ଯାଇଥିଲେ। ତାଙ୍କ ପଡ଼ୋଶୀମାନେ ତାଙ୍କୁ ଫୋର୍ଟିସ୍ ହସ୍ପିଟାଲକୁ ନେଇଗଲେ। ଆମେ ପହଞ୍ଚିବା ପରେ ସେ ୭୦% ପୋଡ଼ି ଯାଇଥିଲେ। ସେମାନେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ରେଫର କରିଥିଲେ।
ଆମେ ଏକ ଆମ୍ବୁଲାନ୍ସ ବୁକ୍ କରି ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲୁ, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ପଶୁମାନେ କାହାର ଝିଅ ସହିତ ଏପରି କରିବା ପୂର୍ବରୁ ଥରେ ମଧ୍ୟ ଭାବି ନଥିଲେ। ସେମାନେ ଏହା ମଧ୍ୟ ଭାବି ନଥିଲେ ଯେ, ଆମେ ତାକୁ କିପରି ଶିକ୍ଷା ଦେଇ ବିବାହ କରିଥିଲୁ। କାହାର ଝିଅକୁ ନିଆଁ ଲଗାଇବା ସମୟରେ ସେମାନେ କ’ଣ ଯନ୍ତ୍ରଣା ଅନୁଭବ କରିନଥିଲେ?