ଆଶ୍ଚର୍ଯ୍ୟ…ଗୋଟିଏ ବଲରେ ୧୩ ରନ୍! ବୋଲରଙ୍କ ବ୍ୟାଣ୍ଡ୍ ବଜାଇଲେ ଏହି ଭାରତୀୟ ଖେଳାଳି, ଦେଖନ୍ତୁ ଭିଡିଓ…
ଗୋଟିଏ ବଲରେ ୧୩ ରନ୍! ବୋଲରଙ୍କ ବ୍ୟାଣ୍ଡ୍ ବଜାଇଲେ ଏହି ଭାରତୀୟ ଖେଳାଳି ।
ନୂଆଦିଲ୍ଲୀ: “ ଫ୍ଲାୱାର ସମଝେ କ୍ୟା, ଫାୟାର ହୈ ମେ” । ‘ପୁଷ୍ପା’ ଫିଲ୍ମର ଏହି ଫେମଶ ଡାଇଲଗ ତ ଆପଣ ନିଶ୍ଚୟ ଶୁଣିଥିବେ। ଭାରତୀୟ ବ୍ୟାଟସମ୍ୟାନ ସଞ୍ଜୁ ସାମସନ୍ ମଧ୍ୟ ସମାନ ଫାୟାରିଂ ମୋଡରେ ଅଛନ୍ତି। ଏସିଆ କପ୍ ପୂର୍ବରୁ, ସାମସନ ଜବରଦସ୍ତ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟରୁ କେବଳ ନିଆଁ ବର୍ଷା ହେଉଛି।
ସଞ୍ଜୁ ସାମସନ୍ ପୁଣି ଥରେ କେରଳ କ୍ରିକେଟ୍ ଲିଗ୍ (KCL) ୨୦୨୫ ରେ ତାଙ୍କର ବ୍ୟାଟିଂର ଜଲୱା ଦେଖାଇଛନ୍ତି। ଏସିଆ କପ୍ ୨୦୨୫ ପୂର୍ବରୁ, ସଞ୍ଜୁ ଥ୍ରିସୁର ଟାଇଟନ୍ସ ଏବଂ କୋଚି ବ୍ଲୁ ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କିଛି ଏପରି କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେ ଗୋଟିଏ ବଲରେ ୧୩ ରନ୍ କରି କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି କରିଥିଲେ। ସେ ଗତ ମ୍ୟାଚରେ ଏକ ଶତକ ମଧ୍ୟ କରିଥିଲେ।
ସଞ୍ଜୁ ସାମସନ ୧ ବଲରେ ୧୩ ରନ୍ କରିଥିଲେ
କୋଚି ବ୍ଲୁ ଟାଇଗର୍ସ ପାଇଁ ଖେଳୁଥିବା, ସଞ୍ଜୁ ସାମସନ ଥ୍ରୀସୁର ଟାଇଟନ୍ସ ବିପକ୍ଷରେ ଏହି ମ୍ୟାଚରେ ୪୬ ବଲରେ ୮୯ ରନର ଏକ ବଡ଼ ଇନିଂସ ଖେଳିଥିଲେ, ଯେଉଁଥିରେ ୪ ଚୌକା ଏବଂ ୯ ଛକା ସାମିଲ ଥିଲା। ଏହି ସମୟରେ ସେ ଗୋଟିଏ ବଲରେ ୧୩ ରନ୍ କରିଥିଲେ ସଞ୍ଜୁ। ଏକ ନୋ-ବଲ୍ ଏବଂ ଏକ ଫ୍ରି-ହିଟ୍ ମିଶିବା ଯୋଗୁଁ ଏହି ସଫଳତା ସମ୍ଭବ ହୋଇଥିଲା।
ଏହି ଇନିଂସ ସହିତ, ସାମସନ୍ ଏବେ KCL 2025 ରେ ରନ ସ୍କୋରିଂ ତାଲିକାର ଶୀର୍ଷରେ ଅଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ମୋଟ 223 ରନ କରିଥିଲେ।
ସେ ଏସିଆ କପରେ ସୁଯୋଗ ପାଇବେ କି?
ସଞ୍ଜୁ ସାମସନ୍ 2025 ଏସିଆ କପ୍ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି, କିନ୍ତୁ ସେ ପ୍ଲେଇଂ 11 ର ଅଂଶ ହେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରକୃତରେ, ଶୁଭମନ ଗିଲ୍ ଦଳରେ ଅଛନ୍ତି ଏବଂ ସେ ଅଭିଷେକ ଶର୍ମାଙ୍କ ସହିତ ଇନିଂସ ଓପନ କରିବାର ଏକ ବଡ଼ ଦାବିଦାର। କିନ୍ତୁ ସଞ୍ଜୁ ସାମସନଙ୍କ ସାମ୍ପ୍ରତିକ ଫର୍ମ ନିଶ୍ଚିତ ଭାବରେ ଟିମ ମ୍ୟାନେଜମେଣ୍ଟର ଦୃଷ୍ଟି ଆକର୍ଷଣ କରୁଛି।