ହୁସିଆର! ଭୁବନେଶ୍ୱରରେ ମାତିଲେଣି କାର୍ କାଚ ଭଙ୍ଗା ଲୁଟେରା, ଜିନିଷ ରଖି ଯାଉଥିଲେ ସାବଧାନ
ରାଜଧାନୀରେ କାର୍ କାଚ ଭାଙ୍ଗି ଲୁଟିନେଲେ ସୁନାଗହଣା
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ପ୍ରତିଦିନ ଚୋରି ମାମଲା ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମାତିଲେଣି କାର୍ କାଚ ଭଙ୍ଗା ଲୁଟେରା। ଖାରବେଳନଗରରେ କାଚ ଭାଙ୍ଗି ଲୁଟିନେଇଛନ୍ତି ଲୁଟେରା।
ସୂଚନାନୁଯାୟୀ, କାର୍ କାଚ ଭାଙ୍ଗି ଲାପଟପ, ସୁନାଗହଣା, ମୋବାଇଲ ସବୁ ନେଇଯାଇଛନ୍ତି ଦୁବୃର୍ତ୍ତ। ଏମିତି କୁହାଯାଉଛି ଯେ, ଏହି ଚୋର ବର୍ତ୍ତମାନ ସବୁ କାର ଉପରେ ନଜର ରଖୁଛନ୍ତି। ଯେଉଁ କାରରେ ଦେଖୁଛନ୍ତି ମୂଲ୍ୟବାନ ଜିନିଷ ରହୁଛି, ସେମାନେ ଏହି ଗାଡ଼ିର କାଚ ଭାଙ୍ଗି ଚୋରି କରି ନେଉଛନ୍ତି।