ସୁନା ଉଡ଼ିଲା, ସବୁ ରେକର୍ଡ ଭାଙ୍ଗିଲା, ପୁଣି ବଜାରରେ ମୂଲ୍ୟ ବୃଦ୍ଧି ପାଇଲା

ଜାଣନ୍ତୁ ୧୦ ଗ୍ରାମ୍ ପିଛା କେତେ ଅଛି ସୁନା ଦର?

ନୂଆଦିଲ୍ଲୀ: ଦିନକୁ ଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସୁନା ଦର। କମିବାର ନାଁ ଧରୁନି। କେତେବେଳେ ୧୦୦ ଟଙ୍କା କମିଲେ ପରବର୍ତ୍ତୀ ମୁହୁର୍ତ୍ତରେ ୧୦୦୦ ଟଙ୍କା ବଢୁଛି। ଯାହାକୁ ନେଇ ଚିନ୍ତାରେ ଲୋକେ।

ଯଦି କେତେବେଳେ କୌଣସି ବାହାଘର, ବ୍ରତଘର ପଡି ଯାଉଛି ଆଉ ସୁନା କଥା ଉଠୁଛି ତାହାଲେ ମୁଣ୍ଡରେ ଚଡ଼କ ପଡିବା ପରି ମନେ ହେଉଛି।  ଆଉ ଏତେସବୁ ଭିତରେ ପୁଣି ସୁନା ଦର ଆକାଶ ମୁହାଁ ହୋଇଛି।

ଗୁରୁବାର ଦିନ ରାଜଧାନୀ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି ପାଇଛି। ଯାହା ଫଳରେ ଏହାର ମୂଲ୍ୟ ୧,୧୩,୧୦୦ ପ୍ରତି ୧୦ ଗ୍ରାମ ପିଛା ନୂଆ ରେକର୍ଡ ସୃଷ୍ଟି କରିଛି।

ଏହାସହ ୯୯.୫% ଶୁଦ୍ଧ ସୁନା ମଧ୍ୟ ୧୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ୍ ପିଛା ୧,୧୨,୬୦୦ ଟଙ୍କା ସମସ୍ତ ଟିକସ ସହ ପହଞ୍ଚିଛି। ଏକ ଖବର ଅନୁଯାୟୀ, ୨୦୨୫ ମସିହାରେ ସୁନା ମୂଲ୍ୟ ୪୩%ରୁ ଅଧିକ ବୃଦ୍ଧି ପାଇଛି।

ଏହି ବର୍ଷ ଆରମ୍ଭରେ ୨୦୨୪ ମସିହା ଡିସେମ୍ୱର ୩୧ ତାରିଖରେ ସୁନା ମୂଲ୍ୟ ୭୮, ୯୫୦ ଟଙ୍କା ୧୦ ଗ୍ରାମ ପିଛା ଥିଲା। ସେବେଠାରୁ ସୁନା ମୂଲ୍ୟ ୩୪,୧୫୦ କିମ୍ୱା ୪୩.୨୫% ର ଏକ ବିରାଟ ବୃଦ୍ଧି ପାଇଛି।