ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ସବୁଠାରୁ ଖାସ ଦିନ। ଲୋକମାନେ ମାସ ମାସ ଧରି ଏଥିପାଇଁ ପ୍ରସ୍ତୁତି କରନ୍ତି, ମଣ୍ଡପ ସଜାନ୍ତି, ଅତିଥିମାନଙ୍କୁ ନିମନ୍ତ୍ରଣ କରନ୍ତି ଏବଂ ବିବାହକୁ ମହା ଆଡମ୍ୱରରେ ପାଳନ କରନ୍ତି।
ତଥାପି କିଛି ଲୋକଙ୍କ ବିବାହ ଟିକେ ଭିନ୍ନ ଶୈଳୀରେ ହୋଇଥାଏ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡ଼ିଓରେ ଏପରି ଏକ ଭିନ୍ନ ପ୍ରକାରର ବିବାହ ଦେଖିବାକୁ ମିଳିଛି। ତାହା ପୁଣି ହସ୍ପିଟାଲ ବେଡରୁ।
ଯେଉଁଥିରେ ବର ହସ୍ପିଟାଲ ବେଡରେ ଶୋଇଥିବାର ଦେଖିବାକୁ ମିଳୁଛି ଏବଂ ସେଠାରେ ତାଙ୍କର ବିବାହ ସମ୍ପନ୍ନ ହେଉଛି। କନ୍ୟା ସମ୍ପୂର୍ଣ୍ଣ ରାତିନୀତି ସହିତ ବରଙ୍କ ବେଡ ଚାରି ପାଖରେ ବୁଲି ସାତ ଘେରା ନେଉଛି। ଏହି ଦୃଶ୍ୟ ଦେଖି ଲୋକ ଭାବ ପ୍ରବଣ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି।
ହସ୍ପିଟାଲ ବେଡରେ ବାହାଘର: ଦେଖିବାକୁ ମିଳୁଥିବା ଫଟୋରେ ହସ୍ପିଟାଲ ଓ୍ୱାର୍ଡ ବିବାହ ମଣ୍ଡପ ପାଲଟିଛି। ବର ଜଣକ ବାହା ଡ୍ରେସ୍ ପିନ୍ଧି ହସ୍ପିଟାଲ ବେଡରେ ଶୋଇଛନ୍ତି।
ଯାହା ଦେକିବାକୁ ମିଳୁଛି ବର ଜଣଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। କାରଣ ତାଙ୍କ ଗୋଡ଼ ପ୍ଲାଷ୍ଟର ହୋଇଥିବାର ଦେଖାଯାଉଛି। ସେହି ସମୟରେ କନିଆଁ ଜଣକ ବାହା ପାଟ ପିନ୍ଧି ବରଙ୍କ ବେଡ୍ ଚାରି ପାଖରେ ୭ ଘେରା ପରିକ୍ରମା କରୁଥିବାର ଦେଖିବାକୁ ମିଳୁଛି।
ଏହି ସମୟରେ ସେଠାରେ ବ୍ରାହ୍ମଣ କ୍ୟାମେରା ମ୍ୟାନ୍, ଏବଂ ଅତିଥି ସମସ୍ତେ ଉପସ୍ଥିତ ଅଛନ୍ତି। ଆଉ କିଛି ସମୟ ମଧ୍ୟରେ ଇନଷ୍ଟାଗ୍ରାମରେ ଏହି ଦୃଶ୍ୟଟି ଭାଇରାଲ ହୋଇଯାଇଛି। ଆପଣ ବି ଏପରି ଅନନ୍ୟ ବିବାହ କ୍ୱଚିତ୍ ଦେଖିଥିବେ, ଯେଉଁଠାରେ କନିଆଁ ହସ୍ପିଟାଲରେ ପରିକ୍ରମା କରିବା।