ଡ଼ରିଗଲେଣି ଟ୍ରମ୍ପ, ନାଁ ନନେଇ ହଠାତ କାହିଁକି ବର୍ଷିଲେ ମୋହନ ଭାଗବତ ଜାଣନ୍ତୁ …

ମୋହନ କହିଛନ୍ତି ଆମ ଦେଶର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଏହା ଦେଖି ସେମାନେ ଭୟ କରୁଛନ୍ତି...

ଭୁବନେଶ୍ୱର: କେବେ ଏପଟ କେବେ ସେପଟେ।ଡୋନାଲ୍ଡ ଟ୍ରମ୍ପଙ୍କ କଥା ଏବେ ସବୁଠି ଚର୍ଚ୍ଚା। ଏହାଭିତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଶୁଳ୍କ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନାଗପୁରରେ ଏକ କାର୍ଯ୍ୟକ୍ରମରେ ମୋହନ ଭାଗବତ ଆମେରିକାର ନାମ ନ ନେଇ କହିଛନ୍ତି ଯେ, ଭାରତ ଉପରେ ଭାରୀ ଶୁଳ୍କ ଲଗାଯାଇଛି କାରଣ ଆମ ଦେଶର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି।

କଣ କହିଛନ୍ତି ମୋହନ:
ମୋହନ କହିଛନ୍ତି ଆମ ଦେଶର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଏହା ଦେଖି ସେମାନେ ଭୟ କରୁଛନ୍ତି। ଆମେ ଆଗକୁ ବଢ଼ିଗଲେ ସେମାନଙ୍କର କ’ଣ ହେବ ବୋଲି ଭାବି ଏଭଳି ପଦକ୍ଷେପ ନେଉଛନ୍ତି।ଶୁକ୍ରବାର ଦିନ ମୋହନ ଭାଗବତ କହିଛନ୍ତି ଯେ, “ମଣିଷ ଏବଂ ଦେଶମାନେ ସେମାନଙ୍କର ପ୍ରକୃତ ସ୍ୱରୂପକୁ ନ ବୁଝିବା ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ହେବେ।” ନାଗପୁରରେ ବ୍ରହ୍ମା କୁମାରୀ ବିଶ୍ୱ ଶାନ୍ତି ସରୋବରର ୭ମ ପ୍ରତିଷ୍ଠା ଦିବସରେ ଭାଷଣ ଦେଇ ଭାଗବତ କହିଛନ୍ତି ଯେ, “ମହିଳାମାନଙ୍କ ନେତୃତ୍ୱାଧୀନ ବ୍ରହ୍ମା କୁମାରୀମାନଙ୍କ ପରି, ଆରଏସଏସ ମଧ୍ୟ ଆନ୍ତରିକ ଚେତନା ଜାଗ୍ରତ କରିବା ପାଇଁ କାମ କରେ।

ଯେପର୍ଯ୍ୟନ୍ତ ମଣିଷ ଏବଂ ଦେଶମାନେ ସେମାନଙ୍କର ପ୍ରକୃତ ସ୍ୱରୂପକୁ ନ ବୁଝିବେ, ସେପର୍ଯ୍ୟନ୍ତ ସେମାନେ ସମସ୍ୟାର ସମ୍ମୁଖୀନ ହେବେ। ଯଦି ଆମେ କରୁଣା ଦେଖାଇବା ଏବଂ ଭୟକୁ ଦୂର କରିବା ତେବେ ଆମର କୌଣସି ଶତ୍ରୁ ରହିବେ ନାହିଁ।” ସେ ଆହୁରି କହିଛନ୍ତି, “ବିଶ୍ୱରେ ଲୋକମାନେ ଭୟ କରୁଛନ୍ତି ଯେ, ଯଦି ଭାରତ ଆଗକୁ ବଢ଼ିଯାଏ ତେବେ ସେମାନଙ୍କର ସ୍ଥାନ ହ୍ରାସ ପାଇବ। ତୁମେମାନେ ଆମଠାରୁ ସାତ ସମୂଦ୍ର ଦୂରରେ। ‌ସେଭଳି କିଛି ସଂଯୋଗ ନାହିଁ। ତଥାପି ତୁମମାନଙ୍କ ମନରେ ଏତେ ଭୟ ରହିଛି।”