ନେପାଳରେ ନୂଆ ଅଧ୍ୟାୟ ଆରମ୍ଭ ହେଲା, ସୁଶୀଲା କାର୍କୀ ହେଲେ ମଧ୍ୟବର୍ତ୍ତୀକାଳୀନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ନେପାଳକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ।
ନେପାଳ: ନେପାଳରେ ହିଂସାତ୍ମକ ପ୍ରତିବାଦ ପରେ ଦେଶ ଏକ ବଡ଼ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା। କେପି ଶର୍ମା ଓଲିଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ।
ଏହି ସମୟରେ ନେପାଳର ପରିସ୍ଥିତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହେଲେ ଏବେ ନେପାଳକୁ ଜଣେ ନୂଆ ପ୍ରଧାନମନ୍ତ୍ରୀ ମିଳିଛି। ତାହା ପୁଣି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଯିଏକି ପ୍ରଥମ ପ୍ରଥମ ମହିଳା ମୁଖ୍ୟ ବିଚାରପତି ମଧ୍ୟ ଥିଲେ।
ସେ ଆଉ କେହି ନୁହଁନ୍ତି ନେପାଳର ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି। କାର୍କିଙ୍କ ନାଁରେ ମୋହର ବାଜିଛି। କାର୍କିଙ୍କ ନାଁ ଉପରେ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଏବଂ ‘ଜେନ-ଜେଡ ପ୍ରତିବାଦ ଗୋଷ୍ଠୀ’ର ପ୍ରତିନିଧିମାନଙ୍କ ସହମତି ଥିଲା। ଏବେ ଜେନ-ଜେଡ ପ୍ରତିବାଦକାରୀଙ୍କ ସମସ୍ତ ଦାବି ଗ୍ରହଣ କରାଯାଇଛି।
ଶପଥ ଗ୍ରହଣ ଉତ୍ସବ କେବେ ଅନୁଷ୍ଠିତ ହେବ: ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅନୁଯାୟୀ ନେପାଳରେ ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ରାତି ୯ଟାରେ ଅନୁଷ୍ଠିତ ହୋଇଛି। ସୁଶୀଳା କାର୍କିଙ୍କ ବୟସ ୭୩ ବର୍ଷ ଏବଂ ସେ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଏହି ମନ୍ତ୍ରୀମାନେ ନେପାଳରେ ଶପଥ ନେଇପାରନ୍ତି:
ସ୍ୱରାଷ୍ଟ୍ର ମନ୍ତ୍ରୀ- ବାଲାନନ୍ଦ ଶର୍ମା ପାଉଡେଲ (ନେପାଳୀ ସେନାର ପୂର୍ବତନ ଜେନେରାଲ)
ଜଳସମ୍ପଦ ମନ୍ତ୍ରୀ – କୁଳମାନ ଘିସିଂ
ଆଇନ ମନ୍ତ୍ରୀ- ଓମ ପ୍ରକାଶ ଆର୍ଯ୍ୟଲ