Asia Cup: ସୂର୍ଯ୍ୟକୁମାର କି ଅଭିଷେକ ନୁହେଁ, ପାକିସ୍ତାନକୁ ପାଣି ପିଆଇଲେ ଏହି ପ୍ଲେୟର, ସ୍ପିନର ପାଇଁ ଶୋଇଗଲା ପାକଁ ଟିମ୍
Asia Cup: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ଏସିଆ କପ୍ରେ ଭାରତୀୟ ଦଳ ଆଗରେ ଚିତପଟାଙ୍ଗ ମାରିଲା ଟିମ ପାକିସ୍ତାନ ।
Asia Cup: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ଏସିଆ କପ୍ରେ ଭାରତୀୟ ଦଳ ଆଗରେ ଚିତପଟାଙ୍ଗ ମାରିଲା ଟିମ ପାକିସ୍ତାନ । ଟସ୍ ପଡିବା ପରେ ହ୍ୟାଣ୍ଡସେକ୍ କରିନଥିଲେ ଉଭୟ ଅଧିନାୟକ । ଆଉ ପରେ ପାକିସ୍ତାନକୁ ଅତି ସହଜରେ ୭ ଓ୍ବିକେଟରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ ଭାରତୀୟ ଦଳର ଖେଳାଳି । ଆଉ ମ୍ୟାଚ୍ ବିଜୟର ହିରୋ ସାଜିଥିଲେ ଜଣେ ସ୍ପିନର । କିଏ ସେ ଆସନ୍ତୁ ଜାଣନ୍ତୁ…
କୁଲଦୀପ ବନିଗଲେ ହିରୋ :ଟସ ପଡିଲା ଖେଳ ଆରମ୍ଭ ହେଲା। ଆଉ ପାକ ଟିମ୍କୁ ଧୋଇବା ଆରମ୍ଭ କଲା ଟିମ ଇଣ୍ଡିଆ । ପ୍ରଥମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ ନେଇଥିବା ବେଳେ ବୁମରାହ ୨ୟ ଓଭରରେ ଗୋଟିଏ ଓ୍ବିକେଟ ନେଇଥିଲେ । ପରେ ପରେ ଅକ୍ଷର ପଟେଲ ୨ଟି ଓ୍ବିକେଟ ନେଇଥିଲେ । ତେବେ କୁଲଦୀପ ଯାଦବ ୧୩ତମ ଓଭରରେ ଦୁଇଟି ବଲରେ ଦୁଇଟି ଓ୍ବିକେଟ ନେଇଥିଲେ ।
ସାହିବଜାଦା ଫରହାନ ତାଙ୍କର ୪୦ ରନ୍ କରି ସେଟ ହେଉଥିବା ବେଳେ କୁଲଦୀପ ତାଙ୍କର ଓ୍ବିକେଟ ଖସାଇଥିଲେ। ଦେଖିବାକୁ ଗଲେ ଏସିଆ କପ୍ରେ ବର୍ତ୍ତମାନ ସୁଦ୍ଧା ମୋଟ ୭ଟି ଓ୍ବିକେଟ ନେଇସାରିଲେଣି କୁଲଦୀପ ଯାଦବ । ଯାହାକି କୌଣସି ବୋଲର ପାଇଁ ସର୍ବାଧିକ ଓ୍ବିକେଟ । ସେହିଭଳି ବୁମରାହ ମୋଟ ୬ଟି ଓ୍ବିକେଟ ନେଇଛନ୍ତି ।
ସୂର୍ଯ୍ୟକୁମାର କହିଥିଲେ:ସୂର୍ଯ୍ୟକୁମାର କହିଥିଲେ, ହ୍ୟାଣ୍ଡସେକ୍ ନକରିବା ଦଳର ପୂର୍ବ ନିଷ୍ପତ୍ତି । କିଛି ଜିନିଷ କ୍ରୀଡା ଠାରୁ ଉର୍ଦ୍ଧ୍ବରେ ରହିଥାଏ ବୋଲି ଇସାରା କରିଥିଲେ ସୂର୍ଯ୍ୟକୁମାର, ଯାହାକୁ ନେଇ କ୍ରିକେଟ ଜଗତରେ ଏହି ନୋ ହ୍ୟାଣ୍ଡସେକକୁ ନେଇ ବିଭିନ୍ନ ମତ ଆସୁଛି ।
ପାକିସ୍ତାନ ମ୍ୟାଚ୍ର ହିରୋ ସାଜିଥିଲେ କୁଲଦୀପ ଯାଦବ । ଏସିଆ କପ୍ରେ ଲଗାତାର ୨ୟ ଥର ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି କୁଲଦୀପ । ପାକିସ୍ତାନ ବିପକ୍ଷରେ କୁଲଦୀପ ଯାଦବ ୫ଟି ଓ୍ବିକେଟ ନେଇଥିବା ବେଳେ ୟୁଏଇ ବିପକ୍ଷ ମ୍ୟାଚ୍ରେ ୪ଟି ଓ୍ବିକେଟ ନେଇ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ ।
ପହଲଗାମର ବଦଲା ନେଲା ଟିମ :ପଡିଆରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ଭାରତୀୟ ଦଳ ପହଲଗାମର ବଦଲା ନେଇଛନ୍ତି ବୋଲି ପ୍ରକାଶ କରିଥିଲେ। ପାକିସ୍ତାନକୁ ୭ ଓ୍ବିକେଟରେ ହରାଇବା ପରେ ପଡିଆରେ ପାକ୍ ଖେଳାଳି ଚକିତ ହୋଇ ଚାହିଁ ରହିଥିଲେ ।
ଏହି ଘଟଣାରେ ମ୍ୟାଚ୍ ପରେ ସେଲିବ୍ରେସନ ସେରିମନିକୁ ବଏକଟ୍ କରିଥିଲା ପାକିସ୍ତାନ ଟିମ୍ । ମ୍ୟାଚ୍ ପରେ ସ୍ପଷ୍ଟ କରିଥିଲେ ସୂର୍ଯ୍ୟକୁମାର କାହିଁକି କରିନଥିଲେ ହ୍ୟାଣ୍ଡସେକ୍ । ସୂର୍ଯ୍ୟକୁମାର କହିଥିଲେ ଖେଳିବାକୁ ଆସିଛୁ, ବନ୍ଧୁତା ପାଇଁ ନୁହେଁ ।