IND VS PAK; ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲା ଭାରତ, ପ୍ଲେଇଂ ୧୧ରେ ବଡ଼ ପରିବର୍ତ୍ତନ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୨୫ ଏସିଆ କପର ସୁପର ଫୋର୍ ରାଉଣ୍ଡ ମ୍ୟାଚ୍
ନୂଆଦିଲ୍ଲୀ: ଇଣ୍ଡିଆ-ପାକିସ୍ତାନ ଭିତରେ ହେବ ବଡ଼ ଟକ୍କର। ଭାରତ ଦଳ ପ୍ରଥମେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନେଇଛି ନିଷ୍ପତି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନେଇଛନ୍ତି ନିଷ୍ପତି।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବ। ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ପାକିସ୍ତାନ ମଧ୍ୟ ଦୁଇଟି ପରିବର୍ତ୍ତନ କରିଛି।
ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୨୫ ଏସିଆ କପର ସୁପର ଫୋର୍ ରାଉଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେଉଛି।