ନରରାକ୍ଷସ ପାଲଟିଗଲା ପାକିସ୍ତାନ; ନିଜ ଲୋକଙ୍କ ଉପରେ ବୋମାମାଡ଼ କରି ନେଇଗଲା ୩୦ଜୀବନ ! ପଡ଼ିରହିଛି ମହିଳା ଶିଶୁଙ୍କ ଶବ ..

ଶୋଇଥିଲେ ଆଉ ଏବେ ଶବ ପାଲଟିଗଲେ । ବୋମାମାଡ଼ କରି ୩୦ଜୀବନ ନେଇଗଲା ପାକିସ୍ତାନ

ନୂଆଦିଲ୍ଲୀ: ଆପଣ କେବେ ଏପରି କୌଣସି ଦେଶ ବିଷୟରେ ଶୁଣିଛନ୍ତି କି ଯିଏ କେବଳ ନିଜ ମାଟିରେ ବିମାନ ଆକ୍ରମଣ କରିନାହିଁ ବରଂ ସାଧାରଣ ଲୋକଙ୍କୁ ହତ୍ୟା କରିଛି? ଆତଙ୍କବାଦର ଅନ୍ୟ ନାମ ଯଥା ପାକିସ୍ତାନ ଏବେ ଠିକ୍ ସେହିପରି କରିଛି। ଭାରତର ଅପରେସନ ସିନ୍ଦୁର ଦ୍ୱାରା ପରାସ୍ତ ହୋଇ, ପାକିସ୍ତାନ ଖାଇବର ପଖତୁନଖ୍ୱାରେ ଏକ ନରସଂହାର କରିଛି।

ପାକିସ୍ତାନ ଏବେ ନିଜ ଲୋକଙ୍କ ଉପରେ ବିମାନ ଆକ୍ରମଣ କରୁଛି। JF-୧୭ ଯୁଦ୍ଧ ବିମାନରୁ ବୋମା ପକାଇ ୩୦ ଜଣ ସାଧାରଣ ନାଗରିକଙ୍କ ଜୀବନନେଇଛି। ପାକିସ୍ତାନ ଖାଇବର ପଖତୁନଖ୍ୱା ରେ ଗତକାଲି ଅଧ ରାତିରେ, ପାକିସ୍ତାନୀ ବାୟୁସେନା ତିରାହ ଉପତ୍ୟକାର ଏକ ଗାଁରେ ଅତି କମରେ ୮ଟି LS-6 ବୋମା ପକାଇଛି ।

ରବିବାର ମଧ୍ୟବର୍ତ୍ତୀ ରାତି ପ୍ରାୟ ୨ଟାରେ JF-୧୭ ଲଢ଼ୁଆ ବିମାନ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା।ପାକିସ୍ତାନ ବାୟୁସେନା ଅତି କମରେ ଆଠଟି LS-6 ବୋମା ପକାଇ ତିରାହ ଉପତ୍ୟକାର ପାଞ୍ଚଟି ଘରକୁ ଟାର୍ଗେଟ କରିଥିଲା। ଏହି ବିମାନ ଆକ୍ରମଣ ପରେ ଖାଇବର ପଖତୁନଖ୍ୱାର ମାତ୍ରେ ଦାରା ଗାଁ ମହିଳା ଏବଂ ପିଲାଙ୍କ ମୃତଦେହରେ ପରିପୂର୍ଣ୍ଣ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବାୟୁସେନା ଏହି ଆକ୍ରମଣରେ ପାଞ୍ଚଟି ଘରକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ କୋଡ଼ିଏ ଜଣ ଆହତ ମଧ୍ୟ ହୋଇଥିଲେ। ପାକିସ୍ତାନୀ ଅଧିକାରୀ ଏବଂ ସେନା ଏପର୍ଯ୍ୟନ୍ତ ଏହି ଆକ୍ରମଣ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

ଆକ୍ରମଣର ପ୍ରାୟ ୧୦ ଘଣ୍ଟା ପରେ ମଧ୍ୟ ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳ ସୋମବାର ଅପରାହ୍ନରେ ଧ୍ୱଂସାବଶେଷ ତଳେ ମୃତଦେହ ଖୋଜୁଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅଞ୍ଚଳର ବାସିନ୍ଦାମାନେ ଏହାକୁ ଖାଇବର ପଖତୁନଖ୍ୱାରେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଏକ ନିର୍ମମ ହତ୍ୟାକାଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି। ମାତ୍ରେ ଦାରା ଗ୍ରାମ ବିଶେଷ ଭାବରେ ଧ୍ୱଂସପ୍ରାପ୍ତ ହୋଇଛି, ଯେଉଁଥିରେ ସର୍ବାଧିକ ମୃତ୍ୟୁ ଘଟିଛି।

ସୂଚନାମୁତାବକ ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ହେଉଛି ଦୁଇଟି ପାକିସ୍ତାନୀ ପ୍ରଦେଶ ଯେଉଁମାନେ ଦୀର୍ଘ ଦିନ ଧରି ଦେଶର ସରକାର ଏବଂ ସେନା ବିରୁଦ୍ଧରେ କ୍ରୋଧ ପୋଷଣ କରିଆସୁଛନ୍ତି। ଏହି ପ୍ରଦେଶଗୁଡ଼ିକରେ ଅନେକ ସଶସ୍ତ୍ର ଗୋଷ୍ଠୀ ମଧ୍ୟ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ସରକାର ଏବଂ ସେନା ଏହି ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ଆତଙ୍କବାଦୀ ବୋଲି ଆଖ୍ୟା ଦିଅନ୍ତି।