ଦୀର୍ଘ ୪ ବର୍ଷ ପରେ ଫ୍ୟାନଙ୍କୁ ଖୁସି ଖବର ଦେଲେ କ୍ୟାଟ୍ରିନା କୈଫ୍, ମା’-ବାପା ହେବାକୁ ଯାଉଛନ୍ତି କ୍ୟାଟ୍- ଭିକି
ସୋସିଆଲ ମିଡିଆରେ ଶେୟାର କଲେ ଫଟୋ । ପିଲାକୁ ନେଇ ଉଭୟ ନାୟକ ଓ ନାୟିକା ଖୁସି ଥିବା କହିଲେ ।
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ବାପା-ମା ହେବାକୁ ଯାଉଛନ୍ତି। କ୍ୟାଟ୍ରିନାଙ୍କ ଗର୍ଭଧାରଣର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଏବେ, ଅଭିନେତ୍ରୀ ସ୍ୱାମୀ ଭିକିଙ୍କ ସହ ଏକ ଫୋଟ ସେୟାର କରି ନିଜ ଫାଂଙ୍କୁ ଖୁସି ଖବର ଦେଇଛନ୍ତି।
ସେ ତାଙ୍କ ସ୍ୱାମୀ ଭିକି କୌଶଳଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଫୋଟ ସେୟାର ପରେ ଷ୍ଟାରଙ୍କଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
View this post on Instagram
ବେବି ବମ୍ପ
କ୍ୟାଟ୍ରିନା ଏବଂ ଭିକି ଏକ ଫଟୋ ସେୟାର କରିଛନ୍ତି। ଏଥିରେ, କ୍ୟାଟ୍ରିନା ଏକ ଧଳା ସ୍ଲିଭଲେସ୍ ଡ୍ରେସରେ ତାଙ୍କ ବେବି ବମ୍ପକୁ ଫ୍ଲଣ୍ଟ କରୁଥିବା ଦେଖାଯାଇଛି। ଭିକି କୌଶଳ ତାଙ୍କ ବେବି ବମ୍ପକୁ ଧରିଥିବାବେଳେ ଫଟୋରେ କ୍ୟାଟ୍ରିନା ଏବଂ ଭିକି ବହୁତ ଖୁସି ଏବଂ ଉତ୍ସାହିତ ଦେଖାଯାଉଛି। କ୍ୟାପସନରେ ସେ ଲେଖିଛନ୍ତି, “ଆମ ଜୀବନର ସର୍ବୋତ୍ତମ ଅଧ୍ୟାୟ ଆରମ୍ଭ ହେଉଛି। ଆମର ହୃଦୟ ଆନନ୍ଦ ଏବଂ କୃତଜ୍ଞତାରେ ପୂର୍ଣ୍ଣ।”
ରିଆ କପୁର କ୍ୟାଟ୍ରିନା ଏବଂ ଭିକିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, “ତୁମ ଦୁହିଁଙ୍କୁ ଅଭିନନ୍ଦନ।” ପ୍ରଶଂସକମାନେ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
କ୍ୟାଟ୍ରିନା- ଭିକିଙ୍କ ବିବାହ
କାଟ୍ରିନା କୈଫ୍ ଏବଂ ଭିକି କୌଶଳ ଡିସେମ୍ବର 9, 2021 ରେ ବିବାହ କରିଥିଲେ। ବିବାହ ରାଜସ୍ଥାନର ସୱାଇ ମାଧୋପୁରରେ ହୋଇଥିଲା। ସେମାନଙ୍କ ବିବାହ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା, ଏବଂ କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହର ଫଟୋ ଭାଇରାଲ ହୋଇଥିଲା।
ପ୍ରଶଂସକମାନେ ଭିକି ଏବଂ କ୍ୟାଟ୍ରିନାଙ୍କ ଯୋଡ଼ିକୁ ପସନ୍ଦ କରନ୍ତି। ସେମାନଙ୍କର ରୋମାଣ୍ଟିକ ସମ୍ପର୍କ ପ୍ରଶଂସକମାନେ ପସନ୍ଦ କରନ୍ତି। ପ୍ରଶଂସକମାନେ ସେମାନଙ୍କୁ ପରଦାରେ ଏକାଠି ଦେଖିବାକୁ ଚାହାଁନ୍ତି।
କାର୍ଯ୍ୟ କ୍ଷେତ୍ରରେ, ଭିକି ଶେଷ ଥର ପାଇଁ ଫିଲ୍ମ “ଚାୱା” ରେ ନଜର ଆସିଥିଲେ। ଏହି ଫିଲ୍ମଟି ଏକ ବ୍ଲକବଷ୍ଟର ହିଟ୍ ହୋଇଥିଲା, ରୋଜଗାର ଦୃଷ୍ଟିରୁ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା। ସେ ଏବେ ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ “ଲଭ୍ ଆଣ୍ଡ୍ ୱାର୍” ରେ ନଜର ଆସିବେ। କ୍ୟାଟ୍ରିନା କୈଫ୍ 2024 ରେ “ମେରୀ ଖ୍ରୀଷ୍ଟମାସ” ଫିଲ୍ମରେ ନଜର ଆସିବେ।