fbpx

ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ପରଲୋକ

ନୂଆଦିଲ୍ଲୀ,୧୬ ।୮: ଉତ୍ତରପ୍ରଦେଶର ସୁରକ୍ଷା ମନ୍ତ୍ରୀ ବା ପୂର୍ବ କ୍ରିକେଟର ଚେତନ ଚୌହାନଙ୍କର ଆଜି ପରଲୋକ ଘଟିଛି । ଆଜି ୪ଟା ୩୦ରେ ଚୌହାନଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି । ତାଙ୍କର ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଏହା ସହ ଚୌହାନ କରୋନା ସଂକ୍ରମିତ ମଧ୍ୟ ଥିଲେ ।

ତେବେ ୭୩ ବର୍ଷୀୟା ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟ ଗୋଟିଏ ଦିନ ପୂର୍ବରୁ ହିଁ ଖରାପ ହୋଇଥିଲା । କିଡନୀ ଫେଲ୍ ହୋଇଥିବାରୁ ତାଙ୍କୁ ଲାଇଫ୍ ସିଷ୍ଟମରେ ରଖାଯାଇଥିଲା । ଯୋଗୀ ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ କରୋନା କାରଣରୁ ମୃତ୍ୟୁବରଣ କରିଛନ୍ତି । ଏହା ପୂର୍ବରୁ କରୋନରେ କ୍ୟାବିନେଟ ମନ୍ତ୍ରୀ କମଳା ରାଣୀଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.