fbpx

ପେନକିଲର‌ ମେଡ଼ିସିନ ଅଧିକ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଏହି ସମସ୍ୟାରେ ପଡିପାରନ୍ତି

ଆମ ଶରୀର ର କୌଣସି ଅଙ୍ଗ ପୀଡା ହେଲେ ସେଥିରୁ ସଂଗେ ସଂଗେ ମୁକ୍ତି ପାଇବା ପାଇଁ ଆମେ  ପେନକିଲର ମେଡ଼ିସିନ ଖାଇଦେଇଥାଉ। କିନ୍ତୁ  ଖୁବ୍‌ କମ୍‌ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ଏହି ପେନକିଲର‌ ଗୁଡ଼ିକ ଶରୀର ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ପେନକିଲର‌ ଖାଇଲେ କ’ଣ ସବୁ ଶରୀରର କ୍ଷତି ଘଟିଥାଏ।

ଅଧିକ ମାତ୍ରାରେ ପେନକିଲର ଖାଇବା ଦ୍ୱାରା କିଡ୍‌ନୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହାସହ ହୁଦୟ ଜନିତ ସମସ୍ୟା ଦେଖା ଦେଇଥାଏ।

ଅଲଗା ଅଲଗା କମ୍ପାନୀର ପେନକିଲର‌ ଖାଇବା ଦ୍ୱାରା ଏସିଡିଟି, ବାନ୍ତି, ଡାଇରିଆ ସହିତ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦେଖାଯାଇଥାଏ।

ପେନକିଲର ଅଧିକ ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

ପେନକିଲର‌ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖାଯାଇଥାଏ।

ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି ଦରଜ ହେବା ମାତ୍ରେ ପେନକିଲର ଖାଇଥାନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ।

Get real time updates directly on you device, subscribe now.