fbpx

ଗୋଟିଏ ଦିନରେ ଭୁବନେଶ୍ୱରରୁ ୫୦୫ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର, ୨୯ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୫୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।

ମହାନଗର ନିଗମ ଅଞ୍ଚଳରୁ ୨ ମୃତ ହୋଇଛନ୍ତି। ସୁସ୍ଥ ହୋଇଛନ୍ତି ୩୪୫ ଜଣ । ଷ୍ଟେଟ୍‌ବ୍ୟାଙ୍କର ୯, MCLର ୧୧ ଓ OHPCର ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ବରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫୦୬କୁ ବୃଦ୍ଧି ପାଇଛି ।

ମୋଟ ୯୫୦୬ ପଜିଟିଭ୍‌ରୁ ୪୦ ମୃତ, ୫୭୬୪ ସୁସ୍ଥ ଓ ୩୬୯୩ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ୨୭ ନମ୍ବର ୱାର୍ଡରୁ ସର୍ବାଧିକ ୩୯, ୯ ନମ୍ବର ୱାର୍ଡରୁ ୩୦ ପଜିଟିଭ୍‌ ହୋଇଛନ୍ତି। ୪୦ ନମ୍ବର ୱାର୍ଡରୁ ୨୮, ୩ ନମ୍ବର ୱାର୍ଡରୁ ୨୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.