fbpx

ପିଓକେରେ କିଛି ବଡ ଯୋଜନା କରୁଛି ପାକିସ୍ତାନ, ସେନା ସାହାର୍ଯ୍ୟରେ କ୍ୟାମ୍ପ ପ୍ରସ୍ତୁତି ଚାଲିଛି

ନୂଆଦିଲ୍ଲୀ,୨୮ ।୧୨: ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେରେ କିଛି ବଡ ହେବାର ସମ୍ଭାବନା ରହିଛି । ପାକିସ୍ତାନ ପକ୍ଷରୁ ସୀମାରେ ସେନାଙ୍କ ହଲଚଲ ଦେଖିବାକୁ ମିଳିଛି । ବିଗତ କିଛି ଦିନ ହେବ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଳଂଘନ ହେଉଛି । ଅଧିକରୁ ଅଧିକ ପାକିସ୍ତାନୀ ସେନା ବି ପିଓକେରେ ଆସି ପହଞ୍ଚିଛନ୍ତି । କାରଗିଲ ଯୁଦ୍ଧ ପୂର୍ବରୁ ଯେପରି ନଜାରା ଦେଖିବାକୁ ମିଳିଥିଲା ଏବେ ସେହିପରି ଦେଖିବାକୁ ମିଳୁଛି । ଏଲଓସିର ଆଖପାଖ ଅଞ୍ଚଳରେ ପାକିସ୍ତାନୀ ସେନା ନିଜ ନିଜର କ୍ୟାମ୍ପ ଲଗାଇବାରେ ବ୍ୟସ୍ତ ରହିଛନ୍ତି ।

ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ମଧ୍ୟ କହିଥିଲେ ଯେ, ଭାରତ ପିଓକେ ଉପରେ କେବେ ବି ଆକ୍ରମଣ କରିପାରେ । ଏହି ଡରରେ ଇମରାନ୍ ସୀମା ନିକଟକୁ ସୈନ୍ୟମାନଙ୍କୁ ପଠାଇବାରେ ଲାଗିଛନ୍ତି । ଯଦି ଭାରତୀୟ ଯବାନ ପିଓକେ ଆଡକୁ ବଢିବେ, ତେବେ ତାଙ୍କୁ ରୋକିବା ପାଇଁ ସୈନ୍ୟ ଡକାଯାଇଛି ବୋଲି ପାକିସ୍ତାନୀ ସେନା କହିଛନ୍ତି ।

ଅନ୍ୟପଟେ ପାକିସ୍ତାନର ଏଭଳି କାର୍ଯ୍ୟକୁ ଦେଖି ଭାରତୀୟ ସେନା ପକ୍ଷରୁ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.