fbpx

ମାସ୍କ ନପିନ୍ଧିଲେ ଓଡ଼ିଶାରେ ହେବ ଭୟଙ୍କର ପରିସ୍ଥିତି, ଦିନକୁ ମରିବେ ୪୦୦ରୁ ଅଧିକ ଆକ୍ରାନ୍ତ!

ଭୁବନେଶ୍ୱର, ୨୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ବର୍ତ୍ତମାନ କ୍ରମାଗତ ଭାବେ ଦିନକୁ ଦିନ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଦିନକୁ ୪ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପ୍ରତିଦିନ ୯ରୁ ୧୦ଜଣଙ୍କର ମୃତ୍ୟୁ ଘଟୁଛି । ଆଜି ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୦ ଟପି ୭୦୧କୁ ବୃଦ୍ଧି ପାଇ ଛି । ଏହାରି ମଧ୍ୟରେ ଆମେରିକାର ୱାଶିଂଟନ ବିଶ୍ୱବିଦ୍ୟାଳୟ ର ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ଦୋହଲାଇଲା ଭଳି ଖବର ସାମ୍ନାକୁ ଆସିଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିବ । ଗବେଷଣା କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାରେ ଯଦି ଲୋକମାନେ ଠିକ ଭାବେ ମାସ୍କ ନପିନ୍ଧିବେ ତେବେ ୨୦୨୦ ଜାନୁଆରି ମାସ ବେଳେକୁ ପ୍ରତିଦିନ ୪୦୦ରୁ ଉଦ୍ଧ୍ୱର୍ଲୋକଙ୍କର ମୃତ୍ୟୁ ଘଟିବ ।

କିନ୍ତୁ ଯଦି ଲୋକମାନେ ଠିକ ଭାବେ ମାସ୍କ ପିନ୍ଧିବେ ଓ ସମସ୍ତ କୋଭିଡ଼ ନିୟମ ପାଳନ କରିବେ ତେବେ ମୃତ୍ୟୁ ସଂଖ୍ୟା କମିବାର ସମ୍ଭାବନା ରହିଛି । ଏହାସହ ଦିନକୁ ପ୍ରାୟ ସେହି ୫୦୦୦ଲୋକ ଆକ୍ରାନ୍ତ ଚିହ୍ନଟ ହେବେ ନଚେତ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଇଏଚଏମଇ କହିଛି ।

 

Get real time updates directly on you device, subscribe now.