fbpx

ରାଜ୍ୟର ଏହି ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ୩ଦିନ ପାଇଁ ସଟଡାଉନ, ଜାଣନ୍ତୁ କେଉଁ ଜିଲ୍ଲା

କେନ୍ଦ୍ରାପଡ଼ା, ୨୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୩ଦିନ ପାଇଁ ସଟଡାଉନ ରଖିବା ପାଇଁ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ସେପ୍ଟେମ୍ବର ୨୫ ଅପରାହ୍ନ ୪ଟା ଯାଏଁ ହସ୍ପିଟାଲ ସଟଡାଉନ ରହିବ । ସେଠାରେ ।ପରାମେଡ଼ିକାଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । ସଟଡାଉନ ବେଳେ ଜ୍ୱର କ୍ଲିନିକ, ଜରୁରୀକାଳିନ ବିଭାଗ ଖୋଲା ରହିବ । ଏହାସହ ପ୍ରସୂତି ଓ ଜରୁରୀକାଳୀନ ଓଟି ମଧ୍ୟ ସଟଡାଉନ ବେଳେ ଖୋଲା ରହିବ ବୋଲି ସୂଚନା ମିଳିଛି ।

 

Get real time updates directly on you device, subscribe now.