fbpx

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା, ପୋଲିସ କମିଶନରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୪/୯(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିିିଛନ୍ତି। ସେ କହିିିଛନ୍ତି ଯେ ତଦନ୍ତ ଠିକ୍‌ ବାଟରେ ଚାଲିଛି। ଏହାସହ ସମସ୍ତ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ବର୍ତ୍ତମାନ କୌଣସି ବକ୍ତବ୍ୟ ରଖିବା ତଦନ୍ତକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ସତ୍ୟତା ଓ ପ୍ରମାଣ ଭିତ୍ତିରେ ନିଷ୍ପତ୍ତି ନିଆଯିବ। 

ଉଲ୍ଲେଖ ଯୋଗ୍ୟ ଯେ ରାଜଧାନୀ ଭୁବନେଶ୍ୱରରେ ଲକଡ଼ାଉନ ସମୟରେ ଏକ ୧୩ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ତେଣୁ ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ଏକ ମାମଲା ରୁଜୁ କରିଛନ୍ତି । ଯାହାର ତଦନ୍ତ ଜୋର ସୋରରେ ଚାଲଛି ।

Get real time updates directly on you device, subscribe now.