fbpx

କିସମିସ ବତୁରେଇ ସେହି ପାଣିକୁ ପିଇଲେ ମିଳିଥାଏ ଏହି ଫାଇଦା

କିସ୍‌ମିସ୍‌ରେ ଅନେକ ଭିଟାମିନ୍ ଭରପୁର ହୋଇ ରହିଛି।ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହାସହ କିସମିସ ପାଣି ମଧ୍ୟ ଆମ ଶରୀର ପାଇଁ ଫାଇଦା ହୋଇଥାଏ।

କିସ୍‌ମିସ୍‌କୁ ପାଣିରେ ପକାଇ ୨୦ ମିନିଟ୍‌ ଫୁଟାଇବା ପରେ ଏହାକୁ ରାତିସାରା ରଖି ସକାଳେ ଖାଲି ପେଟରେ ପିଇବା ଦ୍ୱାରା ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଆସନ୍ତୁ କେଉଁ ଲାଭ ମିଳିଥାଏ।

ପ୍ରତିଦିନ ସକାଳେ କିସ୍‌ମିସ୍ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଏସିଡିଟି  ମୁକ୍ତି ମିଳିବା ସହ କୋଲେଷ୍ଟ୍ରୋଲ୍ ସ୍ତର ନିୟନ୍ତ୍ରଣ ରେ ରଖେ ଓ ପାଚନ କ୍ରିୟା ଠିକ୍ ରହେ।

ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍‌ ଭରପୂର ମାତ୍ରାରେ ରହିଛି। ଯାହା ତ୍ୱଚାକୁ ସୁସ୍ଥ ରଖେ ଓ ଉଜ୍ଜଳ ରହେ।

ପ୍ରତିଦିନ କିସମିସ୍‌ ପାଣି ପିଇବା ଦ୍ୱାରା ଲିଭର ଭଲ ରହିଥାଏ। ରକ୍ତକୁ ସଫା କରିବାରେ ଓ ନିମ୍ନ ରକ୍ତଚାପ କୁ ନିୟନ୍ତ୍ରଣ ରେ ରଖେ।

Get real time updates directly on you device, subscribe now.