fbpx

୧ ନଭେମ୍ବରରୁ ବଦଳିଯିବ LPG ସିଲିଣ୍ଡରର ଡେଲିଭରି ନିୟମ

ନୂଆଦିଲ୍ଲୀ,୧୮ ।୧୦: ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ନିୟମ ବଦଳିବାକୁ ଯାଉଛି । ସମସ୍ତ ଜନସାଧାରଣଙ୍କୁ ଏହି ନିୟମ ବିଷୟରେ ଜାଣିବା ନିହାତି ଦରକାର । ସିଲିଣ୍ଟରେ କଳା ବଜାରିକୁ ରୋକିବା ପାଇଁ ନଭେମ୍ବର ୧ ରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର । ଏଲପିଜି ସିଲିଣ୍ଟର ହୋମ ଡେଲିଭରି ସମ୍ପୂର୍ଣ୍ଣ ସିଷ୍ଟମ ବଦଳିବାକୁ ଯାଉଛି ।

ତେବେ ଆସନ୍ତା ମାସ ଠାରୁ ଏଲ୍ପିଜି ଗ୍ୟାସ୍ର ହୋମ୍ ଡେଲିଭରି ପାଇଁ ଓଟିପି(ୱାନ୍ ଟାଇନ୍ ପାସ୍ୱାର୍ଡ) ଆବଶ୍ୟକ ହେବ । ଏନେଇ ତୈଳ ଓ ଇନ୍ଧନ କମ୍ପାନୀଗୁଡ଼ିକ ଡେଲିଭରି ଅଥେଣ୍ଟିକେସନ୍ କୋଡ୍ ଏକ ନୂଆ ସିଷ୍ଟମ ଆଣିବାକୁ ଚାହୁଁଛନ୍ତି । ଏହି ନୂଆ ବ୍ୟବସ୍ଥା ଗ୍ରାହକଙ୍କ ପାଇଁ ସୁବିଧାନଜନକ ହେବ । ଏଥିପାଇଁ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ନେଇ ଓଟିପି ଆସିବ । ଗ୍ରାହକ ଓଟିପି ଦେଖାଇଲେ ଯାଇ ଗ୍ୟାସ୍ ଡେଲିଭରି ଦିଆଯିବ । ଫଳରେ ଠକାମୀ ନ ହୋଇ ଠିକ୍ ଗ୍ରାହକଙ୍କ ପାଖରେ ସିଲିଣ୍ଡର ପହଞ୍ଚିବ । ଯଦି ଗ୍ରାହକଙ୍କ ନୂଆ ମୋବାଇଲ୍ ନମ୍ବର ପଞ୍ଜିକରଣରେ ଅପଡେଟ ହୋଇନାହିଁ ତେବେ ଗ୍ୟାସ୍ ଡେଲିଭରି କରିବାକୁ ଆସୁଥିବା ବ୍ୟକ୍ତି ଗ୍ରାହକଙ୍କ ଆପ୍ ବ୍ୟବହାର କରି ନମ୍ବର ଅପ୍ଡେଟ୍ କରାଇପାରିବେ ।

Get real time updates directly on you device, subscribe now.