fbpx

୪ ଲକ୍ଷର କଫ ସିରଫ ଜବତ ,୨ ଗିରଫ

କଟକ ୧।୧୧(ଓଡିଶା ଭାସ୍କର) – କଟକ ମର୍କତନଗର ଥାନା ପୁଲିସ ଚଢ଼ାଉ କରି ୩୧୩ ଲିଟର କଫସିରଫ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଏହି କଫ ସିରଫ ଗୁଡିକର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ ବୋଲି ଜଣାପଡିଛି । ତେବେ ଏହି ବେଆଇନ କଫସିରଫ କାହିଁକି ଓ କାହାକୁ ବିକ୍ରି ହେଉଥିଲା ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ତେବେ ଏହି କଫସିରଫରେ ନିଶା ବଟିକା ବ୍ୟବହାର କରି ଭୁଲ୍ ଲାଭ ଉଦ୍ଦେଶ୍ୟରେ ଏହାକୁ ବିକ୍ରି କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ତେବେ କଟକ ମର୍କତନଗର ଥାନା ଆଇଆଇସି ଏକ ଦଳ ଗଠନ କରି କୁଲାମାନି ମିଶ୍ର ଛଦ୍ମନାମ କୁଲୁ (୪୦) ଙ୍କ ଘରେ ଚଢ଼ାଉ କରି ତାକୁ ଗିରଫ କରିଛନ୍ତି ଏବଂ ସେମାନଙ୍କ ଠାରୁ ବିଭିନ୍ନ ବ୍ରାଣ୍ଡର କଫସିରଫ ବୋତଲ ମଧ୍ୟ ଜବତ କରିଥିଲେ। ପୋଲିସ କୁଲାମାନିଙ୍କୁ ପଚରାଉଚରା କରିବା ପରେ ଅନ୍ୟ ଅଭିଯୁକ୍ତ ଦିଲୀପ କୁମାର ସାହୁ ଛଦ୍ମନାମ ମଣ୍ଟୁ (୪୨) ଙ୍କ ବିଷୟରେ କହିଥିଲା । ତେବେ ପୋଲିସ ମଣ୍ଟୁଙ୍କ ଘର ଉପରେ ଚଢ଼ାଉ କରି ମଣ୍ଟୁଙ୍କୁ ମଧ୍ୟ ଗିରଫ କରିଛି ।

Get real time updates directly on you device, subscribe now.