fbpx

ଭୁବନେଶ୍ୱରରୁ ଆଜି ୫୯ ପଜିଟିଭ ଚିହ୍ନଟ, ୭୫ ସୁସ୍ଥ

ଭୁବନେଶ୍ୱର,୧୧।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୦୫ ସ୍ଥାନୀୟ ଅଞ୍ଚଳରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୭୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୯ ହଜାର ୮୯୬ କୁ ବୃଦ୍ଧି ପାଇଛି ।

ମୋଟ ୨୯ ହଜାର ୮୯୬ ପଜିଟିଭ ମଧ୍ୟରୁ ୧୮୫ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୮ ହଜାର ୯୨୮ ଜଣ ସୁସ୍ଥ ଓ ୭୬୨ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.