ପ୍ରେମିକା ସହ ରୋମାନ୍ସ କରୁଥିବା ବେଳେ ପତ୍ନୀ ହାତରେ ଧରାପଡିବା ପରେ ବେଶ ଉତ୍ତମ ମଧ୍ୟମ ଖାଇଛନ୍ତି ଜଣେ ବ୍ୟକ୍ତି । ଏଥିରୁ ବର୍ତ୍ତିଯାଇନାହାନ୍ତି ପ୍ରେମିକା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ସଙ୍ଗୀନ ଘଟଣା ରାଜସ୍ଥାନର ବାରନ ଜିଲ୍ଲାରେ ଦେଖିବାକୁ ମିଳିଛି।
ପତ୍ନୀଙ୍କୁ ଛାଡି ପ୍ରେମିକା ସହ ରହିବା କମ୍ପାଉଣ୍ଡର ସ୍ୱାମୀଙ୍କୁ ବେଶ ମହଙ୍ଗା ପଡିଛି । ବୁଧବାର ଦିନ ହିଁ ମହିଳା ଜଣକ ନିଜ ସମ୍ପର୍କୀୟଙ୍କ ସହ ସ୍ୱାମିଙ୍କ ଘରେ ପହଞ୍ଚିଥିଲେ । ଘରର କବାଟ ଖୋଲିବା ପରେ ପ୍ରେମିକା ସହ ସ୍ୱାମୀଙ୍କୁ ଦେଖିବାକୁ ପରେ ସେ କ୍ରୋଧିତ ହୋଇଥିଲେ । ପ୍ରେମିକାକୁ ପିଟିବା ଦେଖି ସ୍ୱାମୀ ଜଣକ ଛାତ ଉପରକୁ ଦୌଡି ପଳାଉଥିଲେ । କିନ୍ତୁ ମହିଳା ଜଣକ ଦୁହିଁଙ୍କୁ ଘୋଷାଡି ଆଣି ପିଟିବା ଆରମ୍ଭ କରିଥିଲେ ।
ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଭିଡିଓ କିନ୍ତୁ ଖୁବ୍ ଭାଇରାଲ ହେବାରେ ଲାଗିଛି ।