fbpx

ରାଜ୍ୟରେ କମୁଛି ତାପମାତ୍ରା, ବଢୁଛି ଶୀତ: ୧୫ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି, ଫଳରେ ଶୀତ ପ୍ରକୋପ ବଢିବାରେ ଲାଗିଛି । ୧୫ ଡିଗ୍ରୀ ସେଲସିଅସ ତଳେ ରହିଛି ୪ ସହରର ତାପମାତ୍ରା । ୧୧ ଡିଗ୍ରୀ ସହ ସୋନପୁର ହୋଇଛି ରାଜ୍ୟର ସବୁଠାରୁ ଥଣ୍ଡା ସହର । ସେହିପରି ଦାରିଙ୍ଗବାଡିରେ ୧୪, ଫୁଲବାଣୀରେ ୧୪.୫ ଓ କୋରାପୁଟରେ ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ୨ରୁ୩ ଦିନରେ ରାତିର ତାପମାତ୍ରା ୩ରୁ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.