fbpx

ଅନୁଭବ-ବର୍ଷା ବିବାଦ: ଡିଜିପିଙ୍କୁ ଅନୁଭବଙ୍କ ଚିଠି, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ଜୀବନ ହୋଇଥିବା କଳହ ଏବେ ବଢିବାରେ ଲାଗିଛି । ଦୁହିଁଙ୍କ ଅଭିଯୋଗ କୋର୍ଟକଚେରୀରେ ଚାଲିଥିବା ବେଳେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କର ଅଲଗା ଅଲଗା ଭିଡିଓ ଭାଇରାଲ ହେଉଛି । ନିକଟରେ ବର୍ଷା ମହିଳା କମିସନରଙ୍କ ନିକଟରେ ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହା ପରେ ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପରସ୍ପରକୁ ଆପେକ୍ଷ କରୁଥିବା ଦେଖିବାକୁ ମିଳିଥିଲା ।

ଏହାରି ମଧ୍ୟରେ ଅନୁଭବ ମହାନ୍ତି ବର୍ଷାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ଡିଜିପିଙ୍କୁ ଚିଠି ଲେଖି କଲେ ଅନୁଭବ ଅଭିଯୋଗ କରିଛନ୍ତି । ଏକ ଭାଇରାଲ ଫୋନ୍ ବାର୍ତ୍ତାଳାପ ନେଇ ଅନୁଭବ ଅଭିଯୋଗ କରିଥିବା ଜଣାପଡିଛଇ । ତେବେ ଫୋନ୍ରେ ବର୍ଷା ଓ ତାଙ୍କ ୨ ଭଉଣୀଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ଏଥିରେ ଅନୁଭବ ଓ ତାଙ୍କ ପରିବାର ବିଷୟରେ ଆଲୋଚନା ହେଇଥିବା ଅଭିଯୋଗ ହୋଇଛି ।ଏହି ବାର୍ତ୍ତାଲାପର ଅଡିଓକୁ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ଅନୁଭବ । ସତ ପ୍ରମାଣିତ ହେଲେ ତାଙ୍କୁ ସୁରକ୍ଷା ଦେବା ପାଇଁ ସାଂସଦ ଅନୁଭବ ମହାନ୍ତି ଚିଠିରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.