fbpx

ସମର୍ଥନ ଦେଉଥିବା ୯ ଏନସିପି ବିଧାୟକଙ୍କୁ ରାଜ୍ୟ ବାହାରକୁ ପଠାଇଲା ବିଜେପି

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ରରେ ରାଜନୀତିରେ ଆଜି ସକାଳେ ବଡ ହେରାଫେରି ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଛନ୍ତି । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଛି ବିଜେପି ।

ତେବେ ୩୦ ସୁଦ୍ଧା ବହୁମତ ସାବ୍ୟସ୍ତ କରିବେ ଫଡନାଭିସ । ଏନେଇ ସମର୍ଥନକାରୀ ବିଧାୟକମାନଙ୍କୁ ରାଜ୍ୟ ବାହାରକୁ ପଠାଇଛି ବିଜେପି । ଏନସିପିର ବିଦ୍ରୋହୀ ବିଧାୟକମାନଙ୍କୁ ମଧ୍ୟ ବିଜେପି ରାଜ୍ୟ ବାହାରକୁ ପଠାଇଛି । ଆସ୍ଥା ଭୋଟ ପୂର୍ବରୁ କଂଗ୍ରେସ ମଧ୍ୟ ନିଜ ବିଧାୟକମାନଙ୍କୁ ରାଜ୍ୟ ବାହାରକୁ ପଠାଇବାର ଯୋଜନାରେ ଲାଗିଛି ।

ଅନ୍ୟପଟେ ଏନସପିର ୧୦ ବିଦ୍ରୋହୀ ବିଧାୟକ ବିଜେପିକୁ ସମର୍ଥନ କରୁଥିବା ସ୍ପଷ୍ଟ ହୋଇଛି । ରାଜ୍ୟ ବାହାରକୁ ପଠାଉଥିବା ବିଧାୟକଙ୍କ ତାଲିକାରେ ଏନସିପିର ୯ ବିଧାୟକ ରହିଛନ୍ତି । ଏମାନଙ୍କ ନାଁରେ ବିମାନ ଟିକେଟ ବୁକିଂ ହୋଇଛି । ଏହି ବିଧାୟକମାନଙ୍କୁ ଚାଟାର୍ଡ ପ୍ଲେନରେ ବିଜେପି ଦିଲ୍ଲୀ ପଠାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.