fbpx

ବିଜେଡିର ମୁଖପାତ୍ର ତାଲିକା ପ୍ରକାଶ

ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ବିଜେଡିର ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକା ଆଜି ପ୍ରକାଶ ପାଇଛି । ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଓ ୧୬ ଜଣଙ୍କୁ ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ଏହା ସହ ଜାତୀୟ ମୁଖପାତ୍ର ଭାବେ ୬ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହି ୬ ବରିଷ୍ଠ ନେତା ହେଉଛନ୍ତି- ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଶର୍ମିଷ୍ଠା ସେଠୀ ।

ସେହିପରି ମୁଖପାତ୍ର ଦାୟିତ୍ୱରେ ରହିଛନ୍ତି ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ମାଝୀ, ସ୍ନେହାଙ୍ଗୀନ ଛୁରିଆ, ଲେନିନ ମହାନ୍ତି, ବ୍ୟୋମକେଶ ରାୟ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ଚିନ୍ମୟୀ ସାହୁ, ହରିଶ ଚୌଧୁରୀ, ସୁଲତା ଦେଓ, ରାସେଶ୍ୱରୀ ପାଣିଗ୍ରାହୀ, ସଞ୍ଜୟ ବାବୁ, ଏଲିନା ଦାଶ । ଅନ୍ୟପଟେ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାଶଙ୍କୁ ପ୍ୟାନେଲିଷ୍ଟ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.