ପରୀ’ ହତ୍ୟା ମାମଲାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଧର୍ମେନ୍ଦ୍ର

ଢେଙ୍କାନାଳ,୨୬ ।୧୨(ଓଡିଶା ଭାସ୍କର): ନୟାଗଡ଼ ‘ପରୀ’ ହତ୍ୟା ମାମଲାକୁ ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ନିଜର ଦୋଷ ଦୁର୍ବଳତାକୁ ନଲୁଚାଇବା ଉଚିତ । ପରୀ ବଳତ୍କାର ଓ ହତ୍ୟା ମାମଲାର ଭାର SBIକୁ ଦିଆଯାଉ । ପରୀ ହତ୍ୟାକୁ ନେଇ ତା ବାପା, ମା’ କିଛି ପ୍ରଶ୍ନ ଉଠାଇଛନ୍ତି । ସେ ପ୍ରଶ୍ନର ଉତ୍ତର କେବଳ ଗୋଟେ ନିରପେକ୍ଷ ସଂସ୍ଥା ହିଁ ଦେଇପାରିବ । ହାଥରସ ମାମଲାରେ SBI ତଦନ୍ତ କଲା, ନୂଆ ତଥ୍ୟ ସାମ୍ନାକୁ ଆସିଲା । SBI ତଦନ୍ତ ହେଲେ ପରୀ ମାମଲାର ତଥ୍ୟ ସାମ୍ନାକୁ ଆସିପାରିବ ।’

ତେବେ ଆଜି ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଉଦବୋଧନରେ କହିଛନ୍ତି ଯେ, ‘ଇ-କମର୍ସ ଦ୍ବାରା ଚାଷୀମାନେ ଲାଭବାନ ହେବେ । ଚାଷୀଙ୍କୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ଯୋଜନା କରିଛନ୍ତି । ନୂଆ କୃଷି ଆଇନକୁ ନେଇ ଦେଶରେ ଭ୍ରମ ତିଆରି କରାଯାଉଛି । ଦେଶରେ ଚାଷୀଙ୍କ ମନରେ ଭୟ ତିଆରି କରାଯାଉଛି, ଚାଷୀଙ୍କୁ ଡରା ଯାଉଛି, କୁହାଯାଉଛି MSP ବନ୍ଦ କରାଯିବ । ୨୦୧୩-୨୦୧୪ରେ ଓଡ଼ିଶାରୁ ୨୮ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଉଥିଲା । ସେତେବଳେ ଧାନ କ୍ବିଣ୍ଟାଲ ୧୩୧୦ ଟଙ୍କା ଥିଲା । ଗତ ବର୍ଷ ମୋଦି ସରକାର ଓଡ଼ିଶାରୁ ୭୧ ମେଟ୍ରିକ ଟନ ଧାନ କିଣିଥିଲେ । ୧୮୦୦ ଟଙ୍କାରେ ୭୧ ମେଟ୍ରିକ୍‌ ଟନ୍‌ ଧାନ କଣିଲେ ମୋଦି ସରକାର ।’