fbpx

ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ,୫ ।୧: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ ହୋଇଛି । ଇଂଲଣ୍ଡରେ କରୋନାର ନୂଆ ଷ୍ଟ୍ରେନ୍ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇଥାନ୍ତେ ବୋରିସ୍ ଜନସନ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ବୋରିସ୍ । ଭାରତ ଗସ୍ତ ବାତିଲକୁ ନେଇ ବୋରିସ ଦୁଃଖପ୍ରକାଶ କରିଛନ୍ତି ।

ତେବେ ବ୍ରିଟେନରେ କରୋନା ଜୀବାଣୁର ନୂତନ ଷ୍ଟ୍ରେନ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବ୍ରିଟେନ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । କରୋନା ଭାଇରସର ନୂତନ ଷ୍ଟ୍ରେନ‌ର ଶୀଘ୍ର ବିସ୍ତାର ହେବାର ଆଶଙ୍କା ମଧ୍ୟରେ ବ୍ରିଟେନ ଲକଡାଉନକୁ କଡାକଡି କରିଛି । ଆଜି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ‘ସଂକ୍ରମଣର ଶୀଘ୍ର ବ୍ୟାପିବା ଅତ୍ୟନ୍ତ ଦୁଃଖଦାୟକ ଏବଂ ଚିନ୍ତାଜନକ । ବର୍ତ୍ତମାନ ଦେଶର ଡାକ୍ତରଖାନା ଉପରେ ମହାମାରୀ ସର୍ବାଧିକ ଚାପରେ ରହିଛି।’

Get real time updates directly on you device, subscribe now.