fbpx

ଦିନକରେ ଚାଲିଗଲା ୨୨୨ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୭।୧: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ୧ ଲକ୍ଷ ୫୦ ହଜାର ୩୩୬ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୨୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ ୨୦ ହଜାର ୩୪୬ ନୂଆ ପିଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୩,୯୫,୨୭୮କୁ ବୃଦ୍ଧି ପାଇଛି। ସେହିପରି ୨,୨୮,୦୮୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୧,୦୦,୧୬,୮୫୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Get real time updates directly on you device, subscribe now.