fbpx

ଭାରତର ଏହି ନଦୀରୁ ବର୍ଷ ବର୍ଷ ଧରି ସୁନା ବାହାର କରାଯାଉଛି, ଜାଣନ୍ତୁ କେଉଁଠି

AAKASH

ଗୋଟିଏ ନଦୀରୁ ସୁନା ବାହାର କରାଯିବା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ ଘଟଣା ଅଟେ । ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ନଦୀରୁ ବର୍ଷ ବର୍ଷ ଧରି ସୁନା ବାହାର କରାଯାଇ ଆସୁଛି । ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ଏହି ନଦୀ ପ୍ରବାହିତ ହୋଇଆସୁଛି ।

ସେ ନଦୀର ନାମ ହେଉଛି ସୁବର୍ଣ୍ଣରେଖା । ସୁବର୍ଣ୍ଣରେଖା ଓ ଏହାର ଉପନଦୀର ବାଲିଶଯ୍ୟାରୁ ସୁନା ମିଳିଥାଏ । ତେବେ ବହୁ ବର୍ଷ ଅତିକ୍ରାନ୍ତ ହେବା ପରେ ମଧ୍ୟ ସୁନା ମିଳିବା ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ । ଝାଡ଼ଖଣ୍ଡର ତମାଡ଼ ଓ ସାରଣ୍ଡା ଆଦିବାସୀ ଅଞ୍ଚଳରେ ବାଲିକୁ ଫିଲଟର କରି ଲୋକମାନେ ସ୍ୱର୍ଣ୍ଣ ସଂଗ୍ରହ କରୁଥିବା ଜଣାଯାଏ ।

ଏହି ସମ୍ପ୍ରଦାୟର ଲୋକମାନେ ଦିନସାରା ସ୍ୱର୍ଣ୍ଣ କଣିବା ବାହାର କରିବା କାର୍ଯ୍ୟରେ ଲାଗିଥାନ୍ତି । ତେବେ ଦିନସାରା କାର୍ଯ୍ୟ କରିବା ପରେ ମଧ୍ୟ ଗୋଟିଏ କିମ୍ବା ଦୁଇଟି ସୁନା କଣିକା ସେମାନେ ବାହାର କରିବାରେ ସକ୍ଷମ ହୋଇଥାନ୍ତି । ଏହି କାର୍ଯ୍ୟ ଲୋକମାନେ ପ୍ରାୟ ବର୍ଷ ସାରା କରିଥାନ୍ତି । କେବଳ ବନ୍ୟା, ବାତ୍ୟା ସମୟରେ କରିନଥାନ୍ତି । ସ୍ଥାନୀୟ ଦଲାଲ, ସୁନା ଦୋକାନୀ ମାନେ ଏହି ସୁନା କଣିକାକୁ କ୍ରୟ କରିଥାନ୍ତି । କୁହାଯାଏ ଏହି ସୁନା ଦଲାଲମାନେ ଆଦିବାସୀଙ୍କ ଠାରୁ ସୁନା କଣିକା କ୍ରୟ କରି କୋଟି କୋଟି ଟଙ୍କାର ମୁନାଫା ପାଉଛନ୍ତି ।

Get real time updates directly on you device, subscribe now.