fbpx

ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର,୨୬।୧(ଓଡିଶା ଭାସ୍କର) : ସାରା ଦେଶ ଆଜି ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ‘ରାଜ୍ୟର ମହାନ ସଂଗ୍ରାମୀ, ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସହିଦ ଏବଂ ସହିଦ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିକାଶ ମାନଚିତ୍ରରେ ଓଡିଶା ନିଜର ସ୍ଥିତି ମଜଭୁତ କରିପାରିଛି । କୃଷି, ଶିଳ୍ପ, ଭିତ୍ତିଭୂମି, ଅର୍ଥନୀତି କ୍ଷେତ୍ରରେ ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା, କୃଷି ଉତ୍ପାଦନ, ଚାଷୀର ରୋଜଗାର ବଢିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସୁଛି । ବିଭିନ୍ନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି । ଏଭଳି କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ୱତନ୍ତ୍ର ।’

ଏହା ସହ ନବୀନ କହିଛନ୍ତି ଯେ, ‘ଜନକଲ୍ୟାଣକାରୀ ଯୋଜନା ଲୋକଙ୍କୁ ଖୁସି ଆଣିଦେଇଛି । ବିଚ୍ଛିନ୍ନାଞ୍ଚଳରେ ବିକାଶର ଚିତ୍ର ନୂଆ ସଞ୍ଚାର ସୃଷ୍ଟି କରିଛି । ସମସ୍ତଙ୍କ ସହଯୋଗ ପାଇଁ ଓଡିଶା କରୋନାକୁ ନିୟନ୍ତ୍ରଣ କରିପାରିଛି । କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ-ସେବାକୁ ଶ୍ରଦ୍ଧାର ସହ ସ୍ମରଣ କରୁଛି ।’ଟିକା ଆସିଥିଲେ ବି କୋଭିଡ ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି।

Get real time updates directly on you device, subscribe now.