fbpx

ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମିଳିଛି ଜାମିନ୍ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ବାପ-ପୁଅଙ୍କୁ ଜାମିନ ମିଳିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସେମାନେ ଗିରଫ ହୋଇଥିଲେ । ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନଥିବାରୁ ଜାମିନ ମିଳିଛି । ୨ ଲକ୍ଷ ଟଙ୍କା ଦୁଇ ଜାମିନଦାର ବଦଳରେ ଜାମିନ ଦିଆଯାଇଛି । ଏନେଇ ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବାପ-ପୁଅ ହାଇକୋର୍ଟରେ ମଧ୍ୟ ଜାମିନ ଆବେଦନ କରିଛନ୍ତି ।

ତେବେ ଜାମିନ ପାଇଥିଲେ ବି ବର୍ତ୍ତମାନ ଜେଲରେ ରହିବେ ପାଠକ ବାପ-ପୁଅ । କାରଣ ଭିଜିଲାନ୍ସ ବ୍ୟତିତ କ୍ରାଇମବ୍ରାଞ୍ଚ ଓ କିମଶନରେଟ୍ ପୋଲିସରେ ପାଠକଙ୍କ ନାଁରେ ମାମଲା ରହିଛି ।

Get real time updates directly on you device, subscribe now.