fbpx

ଆରଡି ଛାତ୍ରୀ ମୃତ୍ୟୁ ଘଟଣା: ରାକେଶ ନାଁରେ ଅଭିଯୋଗ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ‘ଝିଅ ଝରାଫୁଲର ରାକେଶ ସ୍ୱାଇଁ ନାମକ ଯୁବକ ସହ ପ୍ରେମ ସମ୍ପର୍କ ଥିଲା । ବାରମ୍ବାର ବାରଣ ସତ୍ୱେ ରାକେଶ ସହ ଫୋନରେ କଥା ହେଉଥିଲା । ୨୪ ତାରିଖ ସନ୍ଧ୍ୟାରେ ଜଣେ ବନ୍ଧୁଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ଝିଅ ମହୁଲଡିହାରୁ ଭୁବନେଶ୍ୱର ଆସିଥିଲା । ୨୫ରେ ଜନ୍ମଦିନ ପାଳିଥିଲା, ରାକେଶ ତା’ସହ ଥିବା ସନ୍ଦେହ ହେଉଛି । ୨୬ ତାରିଖରେ ଝିଅ ସାଙ୍ଗ ସୋନାଲିଙ୍କ ଘରେ ରହିଥିଲା । ୨୬ ତାରିଖ ରାତି ୧୧ଟାରେ ବସରେ ଘରକୁ ଫେରୁଛି ବୋଲି ଝିଅ କହିଥିଲା ।’ ତେବେ ଝିଅର ମୃତ୍ୟୁ ପାଇଁ ରାକେଶଙ୍କୁ ସନ୍ଦେହ କରୁଛି ବୋଲି ପୀଡିତାଙ୍କ ବାପା କହିଛନ୍ତି ।

Get real time updates directly on you device, subscribe now.