fbpx

ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): ଭୁବନେଶ୍ୱରର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଗିରଫ କରାଯାଇଛି । ସୁରେଶଙ୍କୁ ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି । ତେବେ ସୁରେଶଙ୍କୁ ଏୟାରପୋର୍ଟ ଥାନାରେ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସୁରେଶ ବେହେରା ଭୁବନେଶ୍ୱରର ପଳାଶପଲ୍ଲୀ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ଥିଲେ । ନୂଆପଡ଼ା ଜିଲ୍ଲା ସିନାପାଲ୍ଲୀ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ପଲାସପଲ୍ଲୀ ସ୍ଥିତ ନିଖିଳ ଉକ୍ରଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ସଂସ୍ଥାରେ ଚାକିରି କରୁଥିଲେ । ତାଙ୍କୁ ନିୟମିତ ଦରମା ପ୍ରଦାନରେ ଅବହେଳା କରାଯିବା ସହ ବିଭିନ୍ନ ପ୍ରକାର ଲୋଭ ଦେଖାଉଥିଲେ । କରୋନା ସମୟରେ ଯୁବତୀ ଅଫିସରେ ରହିବା ସମୟରେ ତାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେଇଥିଲା । ଶେଷରେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.