fbpx

ହାଥରସର ପୁନରାବୃତ୍ତି: ଗ୍ୟାଙ୍ଗରେପ୍ ପରେ ଯୁବତୀଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ପାଟନା, ୭ା୨: ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଭୟାନକ ବର୍ବରୋଚିତ ଘଟଣାର ପୁନରାବୃତ୍ତି ଘଟିଛି । ଏପରି ଏକ ଘଟଣା ଘଟିଛି ବିହାରର ମୋତିହାରୀ ଅଞ୍ଚଳରେ । ଦୁର୍ବୃତ୍ତମାନେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ରେପ୍ ପରେ ହତ୍ୟା କରିଥିବା ଜଣାପଡ଼ିଛି । ଏହାପରେ ସେ ନର ରାକ୍ଷସମାନେ ନାବାଳିକାଙ୍କ ଶବକୁ କିରୋସିନ ଓ ଲୁଣ ଦ୍ୱାରା ପୋଡ଼ିଦେଇଥିବା ଜଣାପଡ଼ିଛି ।

ଏହି ଘଟଣା ପରେ ପୀଡ଼ିତାଙ୍କ ପିତା ଏକ ଭିଡିଓ ଦ୍ୱାରା ନ୍ୟାୟ ପାଇଁ ଦାବି କରିଥିଲେ । ଏହି ଭିଡିଓ ଦେଖିବା ପରେ ମୋତିହାରୀ ଏସପି କର୍ତ୍ତବ୍ୟରେ ଅବହେଳା କରିଥିବା ସ୍ଥାନୀୟ ଥାନାଧିକାରୀଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି । ୧୫ ଦିନ ପୂର୍ବରୁ ଏହି ଘଟଣା ଘଟିଥିଲେ ମଧ୍ୟ ୧୧ ଦିନ ପର୍ଯ୍ୟନ୍ତ ମାମଲା ଦାୟର କରାଯାଇନଥିଲା । ତେବେ ବିରୋଧୀ ଦଳ ଆରଜେଡି ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ଘଟଣାର ଘୋର ନିନ୍ଦା କରାଯିବା ସହ ପୀଡ଼ିତା ପରିବାର ନ୍ୟାୟ ପାଇବା ପାଇଁ ଦାବି କରାଯାଇଛି ।

Get real time updates directly on you device, subscribe now.