fbpx

ହୃତଘାତରେ ଅଭିନେତା ରାଜୀବ କପୁରଙ୍କ ପରଲୋକ

ନୂଆଦିଲ୍ଲୀ,୯ ।୨: ବଲିଉଡ ଜଗତ ପାଇଁ ଆସିଛି ଆଉ ଏକ ଦୁଃଖଦ ଖବର । ରାଜ କପୁରଙ୍କ ସବୁଠାରୁ ସାନ ପୁଅ ଓ ରଣଧୀର, ଋଷି କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ରାଜୀବଙ୍କୁ ୫୮ ବର୍ଷ ହୋଇଥିଲା । ହୃତଘାତରେ ରାଜୀବ କପୁରଙ୍କ ପରଲୋକ ହୋଇଥିବା ଜଣାପଡିଛି ।

ଖବର ମୁତାବକ, ସକାଳେ ହୃତଘାତ ହେବାରୁ ରଣଧୀର ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ । କିନ୍ତୁ ମେଡିକାଲରେ ପହଞ୍ଚିବା ପରେ ଡାକ୍ତମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।


ରଣଧୀର କପୁର ଏହି ଦୁଃଖଦ ଖବରକୁ ନିଶ୍ଚିତ କରି କହିଛନ୍ତି, ‘ମୁଁ ମୋର ସାନ ଭାଇ ରାଜୀବଙ୍କୁ ହରାଇଛି । ସେ ଆଉ ଏହି ଦୁନିଆରେ ନାହାଁନ୍ତି । ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । ମୁଁ ତଥାପି ଡାକ୍ତରଖାନାରେ ଅଛି ଏବଂ ତାଙ୍କ ମୃତଦେହକୁ ଭେଟିବାକୁ ଅପେକ୍ଷା କରିଛି ।’ ରାଜୀବ କପୁରଙ୍କ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ନିତୁ କପୁର ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି ।

 

Get real time updates directly on you device, subscribe now.