fbpx

ଆସନ୍ତା ୧୮ରୁ ଆରମ୍ଭ ହେବ ନର୍ସରୀ ନାମଲେଖା, ୨୦ରେ ପ୍ରକାଶ ପାଇବ ପ୍ରଥମ ତାଲିକା

ନୂଆଦିଲ୍ଲୀ, ୧୦ା୨: ଦିଲ୍ଲୀରେ ନର୍ସରୀ ନାମଲେଖା ପାଇଁ ପ୍ରକ୍ରିୟା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ରେଜିଷ୍ଟ୍ରସନ ନିମନ୍ତେ ଅନ୍ତିମ ତାରିଖ ମାର୍ଚ୍ଚ ମାସ ୪ ତାରିଖ ରହିଛି । ତେବେ ରେଜିଷ୍ଟ୍ରେସନ ପରେ ନାମଲେଖା ପାଇଁ ପ୍ରଥମ ତାଲିକା ଆସନ୍ତା ମାର୍ଚ୍ଚ ମାସ ୨୦ ତାରିଖରେ ପ୍ରକାଶ ପାଇବ ବୋଲି ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି ।

ତେବେ ନାମଲେଖା ପାଇଁ ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ମାର୍ଚ୍ଚ ୩୧ ତାରିଖରେ ନାମଲେଖା ପ୍ରକ୍ରିୟା ସମାପ୍ତ କରାଯିବ । ପ୍ରତି ବର୍ଷ ଦିଲ୍ଲୀରେ ନଭେମ୍ବର-ଡିସେମ୍ବର ମାସରେ ନର୍ସରୀ ନାମଲେଖା ହୋଇଥାଏ । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ନାମଲେଖା ଫେବୃଆରୀ ମାସରୁ ଆରମ୍ଭ ହେଉଛି । ନିକଟରେ ବେସରକାରୀ ସ୍କୁଲ ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନର୍ସରୀ ନାମଲେଖା ପାଇଁ ସୂଚନା ଦେଇଥିଲେ । ଏହି ଅବସରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଡିଆ ଟ୍ୱିଟ୍ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.