fbpx

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, କହିଲେ- ‘କୃଷି ବିଲକୁ ନେଇ ଗୁଜବ ପ୍ରଚାର’

ନୂଆଦିଲ୍ଲୀ,୧୦ ।୨: ଲୋକସଭାରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ କୃଷି ଆଇନକୁ ନେଇ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ‘ଭାରତକୁ ବିଶ୍ୱରେ ସଶକ୍ତ ହେବାକୁ ପଡିବ, ଯାହାର ମାଧ୍ୟମ ଆତ୍ମନିର୍ଭର ଭାରତ । ଭୋକାଲ ଫର ଲୋକାଲ ଏବେ ଆତ୍ମନିର୍ଭର ଭାରତର ମୂଳମନ୍ତ୍ର ହୋଇଛି । କରୋନା ଏକ ଅଜଣା ଶତ୍ରୁ ଥିଲା, ତା ବିରୋଧରେ ଲଢିବା ଚ୍ୟାଲେଞ୍ଚ ଥିଲା । ଏତେ ବଡ ଦେଶକୁ କରୋନା କବଳିତ କଲେ ବିଶ୍ୱର କଣ ହେବ ବୋଲି ପ୍ରଶ୍ନ ଉଠୁଥିଲା । ଭାରତ କରୋନା ବିରୋଧରେ ଲଢି ସାରା ବିଶ୍ୱକୁ ଦେଖାଇଦେଲା । ସାରା ଦୁନିଆ ସଂତ୍ରସ୍ତ ହେଲା, ଆମେ ବଞ୍ଚିଗଲୁ, ଭଗବାନ କୃପା କଲେ ।’

ଏହା ସହ କୃଷି ବିଲକୁ ନେଇ ମୋଦୀ କହିଛନ୍ତି ଯେ, ‘କୃଷି କ୍ଷେତ୍ରରେ ବିପ୍ଲବ ପାଇଁ ପଦକ୍ଷେପ ନିଆଯାଇଛି । କୃଷକଙ୍କ ପାଇଁ ନୂଆ ବିଲ୍ ଆସିଛି । ସମୟ ସହ କୃଷକଙ୍କୁ ବଦଳିବାକୁ ପଡିବ । କୃଷି ବିଲକୁ ନେଇ ଗୁଜବ ପ୍ରଚାରୂ କରାଯାଉଛି । କୃଷି କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରିବାକୁ ହେବ । ଆଇନର ସମସ୍ତ ଦିଗ ପ୍ରତି ଆଲୋଚନା ପାଇଁ ପ୍ରସ୍ତୁତ । ଆଇନରେ ପରିବର୍ତ୍ତନ ଦରକାର ହେଲେ କରିବୁ ।’

Get real time updates directly on you device, subscribe now.