ଦିନବେଳା ଶୋଇବା ଦ୍ୱାରା ବୃଦ୍ଧି ପାଇଥାଏ ଆପଣଙ୍କର କାର୍ଯ୍ୟଦକ୍ଷତା

ନିୟମିତ ଦିନବେଳା ଶୋଇବା କିଛି ଲୋକଙ୍କର ଅଭ୍ୟାସ ଥାଏ । ଆମେ ସାଧାରଣତଃ ଦିନବେଳା ଶୋଇଲେ ଅଳସୁଆମି ବୋଲି ଗ୍ରହଣ କରିଥାଉ । କିନ୍ତୁ ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବ ଯେ ଦିନରେ କିଛି ସମୟ ପାଇଁ ବିଶ୍ରାମ ନେବା ଦ୍ୱାରା ଆପଣଙ୍କର ବହୁତ କିଛି ଉପକାର ହୋଇଥାଏ । ଆସନ୍ତୁ ଜାଣିବା ସେହି ଉପକାରଗୁଡ଼ିକ ବିଷୟରେ:-

– ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ଦିନର ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ବିଶ୍ରାମ ନେବାର ପ୍ରଭାବ ଆମର ମସ୍ତିଷ୍କ ଉପରେ ପଡ଼ିଥାଏ । ଏହାଦ୍ୱାରା ଆମର କାର୍ଯ୍ୟଦକ୍ଷତାକୁ ବୃଦ୍ଧି ପାଇଥାଏ ।

– ବିଶେଷଜ୍ଞଙ୍କ ମତରେ ଦିନରେ ସ୍ୱଳ୍ପ ସମୟ ପାଇଁ ଶୋଇବା ହେଉଛି ମସ୍ତିଷ୍କକୁ ଚାର୍ଜ କରିବା । ଏକ ସ୍ୱଳ୍ପ ସମୟ ପାଇଁ ବିଶ୍ରାମ ନେଇ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିପାରିବେ । ଏକ ଘଣ୍ଟାର ବିଶ୍ରାମ ଆପଣଙ୍କୁ ଘଣ୍ଟା ଘଣ୍ଟା କାର୍ଯ୍ୟ କରିବା ନିମନ୍ତେ ଶକ୍ତି ଯୋଗାଇଥାଏ ।

– ଡ୍ରାଇଭରମାନଙ୍କ ପାଇଁ ଏହି ସ୍ୱଳ୍ପ ସମୟର ବିଶ୍ରାମ ନିହାତି ଜରୁରୀ । କାରଣ ଡ୍ରାଇଭରଙ୍କ ଉପରେ ସମସ୍ତ ଯାତ୍ରୀଙ୍କର ସୁରକ୍ଷା ନ୍ୟସ୍ତ ଥାଏ । ତେଣୁ ଅଳ୍ପ ସମୟ ଶୋଇ ଆପଣ ପୁଣି ନିଜର କାର୍ଯ୍ୟ ଜାରି ରଖିପାରିବେ ।

– ଦିନବେଳା ଶୋଇବାର ଅର୍ଥ ନୁହେଁ ଯେ, ଆପଣମାନେ ଘଣ୍ଟା ଘଣ୍ଟା ଶୋଇବେ । ଆପଣମାନେ ଅତି କମରେ ୧୦ ମିନିଟ ପାଇଁ ମଧ୍ୟ ବିଶ୍ରାମ ନେଇ ପାରିବେ । ଥରେ ପରୀକ୍ଷା କରି ଦେଖନ୍ତୁ, ଏହା ଦ୍ୱାରା ଆପଣଙ୍କର ବହୁତ କିଛି ଫାଇଦା ହେବ ।

– ବିଭିନ୍ନ ସିଫ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏହି ବିଶ୍ରାମ ବହୁତ ଲାଭଦାୟକ ହୋଇଥାଏ । ଯେତେବେଳେ ଆପଣ କ୍ଲାନ୍ତ, ଥକ୍କା ଅନୁଭବ କରୁଥିବେ, ସେ ସମୟରେ ବିଶ୍ରାମ ନେଲେ ଏହା ଆପଣଙ୍କ ପାଇଁ ଠିକ ହେବ । ଅଯଥାରେ ବିଶ୍ୱାମ ନେଲେ ଏହାଦ୍ୱାରା ଆପଣଙ୍କର ରାତ୍ରିର ନିଦ ବ୍ୟାଘାତ ହେବାର ସମ୍ଭାବନା ରହିଥାଏ ।